
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏପରି ଜଘନ୍ୟ ମାମଲାକୁ ରେଡ୍ ଫ୍ଲାଗ୍ ମାମଲାରେ ଅନ୍ତର୍ଭୁକ୍ତ କରାଯାଇଛି। ଅଭିଯୁକ୍ତକୁ କ୍ୟାପିଟାଲ୍ ପନିଶମେଣ୍ଟ ଦେବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯିବ। ଖୁବ ଶୀଘ୍ର ଏହି ଘଟଣାର ଚାର୍ଜସିଟ୍ ଦାଖଲ ସହ ଶୁଣାଣି କରାଯିବ। ଏହି ଘଟଣାର ପ୍ରମାଣକୁ ଆହୁରି ବଳିଷ୍ଠ କରିବା ପାଇଁ ସାଇଣ୍ଟିଫିକ୍ ତଦନ୍ତ-DNAର ସହାୟତା ନିଆଯାଇଛି। ଫୋରେନ୍ସିକ୍ ଏକ୍ସପର୍ଟଙ୍କର ମଧ୍ୟ ସହାୟତା ନିଆଯାଇଥିବା ପୁଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।
ପୂରା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ନାବାଳିକାଙ୍କ ବାପାଙ୍କୁ ଥାନା ଭିତରେ ମାର୍ପିଟ ଅଭିଯୋଗରେ ଅନ୍ୟ ଜଣଙ୍କୁ ପୁଲିସ ଗିରଫ କରିଛି।
ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଜଣେ ଯୁବକ ପଡ଼ୋଶୀ ଘରର ୬ ବର୍ଷ ଝିଅକୁ ନିଜ ଘରକୁ ଡାକି ଦୁଷ୍କର୍ମ କରିବା ପରେ ଘଟଣା ପ୍ରଘଟ ହେବା ଭୟରେ ତାକୁ ସେହି ଘରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏଣେ ଘର ଲୋକେ ଖୋଜାଖୋଜି ପରେ ଝିଅକୁ ନପାଇବାରୁ ସମ୍ପୃକ୍ତ ଯୁବକଙ୍କ କବାଟ ବାଡ଼େଇ ଥିଲେ। ମାତ୍ର କବାଟ ଖୋଲିନଥିଲେ ଅଭିଯୁକ୍ତ। ପରେ ସନ୍ଦେହ ବଢ଼ିବାରୁ କବାଟ ଭାଙ୍ଗି ଘରେ ପଶିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଆଉ ଅଭିଯୁକ୍ତକୁ ଆଖି ସାମ୍ନାରେ ଦେଖି ନିସ୍ତୁକ ମାଡ଼ ମାରିଥିଲେ ଉତ୍ତ୍ୟକ୍ତ ଲୋକେ।
from Odisha Reporter http://bit.ly/2InCko7
No comments:
Post a Comment