
ମୁମ୍ବାଇ: ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଛତିଶଗଡ଼ରେ ପୁଲିସ୍ର ମୋଷ୍ଟ ୱାଣ୍ଟେଡ୍ ଥିବା୨ ଜଣ ନକ୍ସଲ କ୍ୟାଡର ଗଡ଼ଚିରୋଲି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇଜଣଙ୍କର ନାଁ ଦୀପକ ଓରଫ ମଙ୍ଗରୁ ସୁକ୍ଲୁ ବେଗାମୀ ଏବଂ ମୋତି ଓରଫ ରାଧା ଝୁରୁ। ମୋତି ଦୀପକର ପତ୍ନୀ ବୋଲି ଜଣାପଡ଼ିଛି। ସେମାନେ କହିଛନ୍ତି ଲାଲ କରିଡରରେ ବରିଷ୍ଠ ନକ୍ସଲ କ୍ୟାଡରମାନଙ୍କ ଯୌନ ଶୋଷଣ ବୃଦ୍ଧି ପାଇବାରେ ଲାଗିଛି। ନିରୀହ ମହିଳାମାନେ ଏହି କ୍ୟାଡରମାନଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହେଉଛନ୍ତି।
୨୦୦୧ ମସିହାରେ ଦୀପକ ଜଗରଗୁଣ୍ଡା ଦଲମ୍ରେ ସାମିଲ ହୋଇଥିଲା। ୨୦୧୨ ବେଳକୁ ସେ ଡିଭିଜିନାଲ କମାଣ୍ଡର ହୋଇସାରିଥିଲା। ତା ନାମରେ ୧୭ଟି ଏନ୍କାଉଣ୍ଟର, ୧୨ଟି ହତ୍ୟା ଏବଂ ୩ଟି ମାଇନ୍ ବିସ୍ଫୋରଣ ମାମଲା ସାମିଲ ଥିବା ଜଣାପଡ଼ିଛି। ମହାରାଷ୍ଟ୍ର ପୁଲିସ୍ ତାଙ୍କ ନାମରେ ୯.୨୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ୍ ଘୋଷଣା କରିଥିଲା।
ମୋତି ୨୦୦୪ରେ ଭମ୍ରାଗଡ଼ ଦଲମ୍ରେ ଯୋଗଦେଇଥିଲା। ୨୦୧୭ରେ ସେ ଉତ୍ତର ବସ୍ତର କମାଣ୍ଡର ହୋଇଥିଲା। ତା ନାଁରେ ୧୫ଟି ଏନ୍କାଉଣ୍ଟର ଏବଂ ୨ଟି ହତ୍ୟା ମାମଲା ରହିଛି। ମୋତିକୁ ଧରିବା ପାଇଁ ମଧ୍ୟ ମହାରାଷ୍ଟ୍ର ସରକାର ୯.୨୫ ଲକ୍ଷ ଟଙ୍କା ଘୋଷଣା କରିଥିଲେ। ଏହି ଦମ୍ପତି କମ୍ ବୟସର ନାବାଳିକାମାନଙ୍କୁ ଅପହରଣ କରି ନକ୍ସଲ ବନାଉଥିବା ମଧ୍ୟ ଅଭିଯୋଗ ଥିଲା।
ସେମାନେ ବର୍ତ୍ତମାନ ସାଧାରଣ ଜୀବନ ବିତାଇବାକୁ ଚାହୁଁଛନ୍ତି ତେଣୁ ଅସ୍ତ୍ରତ୍ୟାଗ କରି ଆତ୍ମସମର୍ପଣ କରିବାର ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି।
from Odisha Reporter http://bit.ly/2UYcJso
No comments:
Post a Comment