
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଶୁକ୍ରବାର ଅଭିଯୋଗ ଆଣି କହିଛନ୍ତି, ନିର୍ବାଚନ କମିଶନ୍ ତାଙ୍କ ସରକାରର କ୍ଷମତା ସଂକୁଚିତ କରିବାର ପ୍ରୟାସ କରୁଛନ୍ତି ଏବଂ ସରକାରୀ ଦାୟିତ୍ୱ ନିର୍ବାହ କରିବାରେ ବାଧକ ସାଜିଛନ୍ତି। ସେ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଆନ୍ଧ୍ରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଜାରି ଥିବାରୁ ମୁଖ୍ୟମନ୍ତ୍ରୀ କୌଣସି ସମୀକ୍ଷା ବୈଠକ କରିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଗୁଇନ୍ଦା ବିଭାଗ ଏଡିଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେନି ବୋଲି ନିର୍ବାଚନ ଅଧିକାରୀ ବାରଣ କରିଥିବା କହିଛନ୍ତି ଶ୍ରୀ ନାଇଡ଼ୁ।
ଶ୍ରୀ ନାଇଡ଼ୁ କହିଛନ୍ତି, ନିର୍ବାଚନ ଆଚରଣ ବିଧିରେ ଏମିତି କିଛି ବ୍ୟବସ୍ଥା ନାହିଁ। ମୁଁ ମୋ କର୍ତ୍ତବ୍ୟ ନିଭାଉଛି ଏବଂ ସମୀକ୍ଷା ବୈଠକ କରିବାପାଇଁ କ୍ଷମତା ପାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଭୁଲ ତଥ୍ୟ ଦେଉଛନ୍ତି ଏବଂ ତାଙ୍କର ପ୍ରଶାସନିକ ଅଧିକାରର ଉଲ୍ଲଂଘନ କରୁଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ଗୁଇନ୍ଦା ବିଭାଗ ଏଡିଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅନୁମତି ମିଳୁନଥିବା ନେଇ ସେ କହିଛନ୍ତି, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ନ କରିବାକୁ ନିର୍ବାଚନ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି କି? ସେ କହିଛନ୍ତି ଏପରି କରି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଷମ୍ୟ ପ୍ରଦର୍ଶନ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ ଆଣି କହିଛନ୍ତି, ବିଜେପି ନେତୃତ୍ୱରେ ଥିବା କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟରେ ବିଜେପି ଓ ଏହାର ମେଣ୍ଟ ସରକାରମାନଙ୍କୁ ଇସି ସ୍ୱତନ୍ତ୍ର ଭାବରେ ବିଭିନ୍ନ ଅଧିକାର ଦେଉଛନ୍ତି। ଆଚରଣ ବିଧି ଲାଗିବା ପରେ ମଧ୍ୟ ଗତ ୧୫ ତାରିଖରେ କ୍ୟାବିନେଟ୍ ବୈଠକ ହୋଇଥିଲା ଏବଂ ଏହା ପରେ ନିୟମିତ ଭାବେ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଆସୁଛି
from Odisha Reporter http://bit.ly/2GGc84r
No comments:
Post a Comment