ମେ’ ୩ରେ ଓଡ଼ିଶାର ନିକଟତର ହେବ ବାତ୍ୟା ‘ଫନି’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ମେ’ ୩ରେ ଓଡ଼ିଶାର ନିକଟତର ହେବ ବାତ୍ୟା ‘ଫନି’!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଓ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ‘ଫନି’ର ରୂପ ନେବ। ଏହି ସମ୍ଭାବ୍ୟ ବାତ୍ୟା ‘ଫନି’ ମେ’ ୩ ତାରିଖ ବେଳକୁ ଓଡ଼ିଶାର ନିକଟବର୍ତ୍ତୀ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।

ପାଣିପାଗ ବିଶେଷଜ୍ଞଙ୍କ ମତରେ ‘ଫନି’ ଏପ୍ରିଲ ୩୦ ରାତି କିମ୍ବା ମେ’ ୧ ସକାଳେ ତାମିଲନାଡ଼ୁ ଓ ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁବ। ଏହାର ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ୨ ଦିନ ଧରି ଲାଗି ରହିବ। ଏହା ଚନ୍ଦ୍ରଭାଗା ବେଳାଭୂମି ଦେଇ ମେ’ ୩ରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର କି ପ୍ରଭାବ ପଡ଼ିବ ସେ ସମ୍ପର୍କରେ ଜଣାପଡ଼ିନାହିଁ।

କିନ୍ତୁ ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଅଫ ଓସେନ ଇନଫର୍ମେଶନ (INCOIS)ର ଆକଳନ ଅନୁଯାୟୀ, ମେ’ ପ୍ରଥମ ସପ୍ତାହରେ ଓଡ଼ିଶା ଉପରେ ବାତ୍ୟାର ଭୟ ରହିଛି। ତେବେ ସ୍ଥାନୀୟ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ରମେଶ ନାୟକ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଉପରେ ବାତ୍ୟାର କୌଣସି ଭୟ ନାହିଁ। ସାମ୍ଭାବ୍ୟ ବାତ୍ୟା ଫନି ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ନାହିଁ। ଏହା ତାମିଲନାଡୁ ଓ ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁବ। ତେବେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ମେ’୨ରୁ ପ୍ରବଳ ବର୍ଷା ହୋଇପାରେ। ଏହି ସମୟ ସମୁଦ୍ର ଅଶାନ୍ତ ରହିବା ସହ ପବନର ଘଣ୍ଟାପ୍ରତି ବେଗ ୮୦ କିମି ରହିପାରେ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହରେ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ଅନ୍ୟପକ୍ଷରେ ଫନି ବାତ୍ୟାକୁ ଦୃଷ୍ଟିରେ ରଖି ସମଗ୍ର ତାମିଲନାଡ଼ୁରେ ରେଡ ଆଲର୍ଟ ଜାରି କରାଯାଇଛି।



from Odisha Reporter http://bit.ly/2L5ripE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages