ନର୍କକୁ ଯାଉ ଆଇନ, ମନକୁ ଯାହା ଆସିବ କହିବି: ସଞ୍ଜୟ ରାଉତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ନର୍କକୁ ଯାଉ ଆଇନ, ମନକୁ ଯାହା ଆସିବ କହିବି: ସଞ୍ଜୟ ରାଉତ

ମୁମ୍ବାଇ: ନିର୍ବାଚନ କମିଶନ ଲାଗୁ କରିଥିବା ଆଦର୍ଶ ଆଚରଣ ସଂହିତାକୁ ଖୋଲାଖୋଲି କରିଛନ୍ତି ଚ୍ୟାଲେଞ୍ଜ କରିଛନ୍ତି ଶିବସେନା ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ।

ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି, ଆମେ ଏମିତି ଲୋକ। ନର୍କକୁ ଯାଉ ଆଇନ, ଆଚରଣ ସଂହିତା ବି ଆମେ ଦେଖନେବୁ। ଯାହା ଆମ ମନକୁ ଆସିବ ଆମେ ତାହା ଯଦି ନକହିଦେବୁ ଆମ ଭିତରେ ଘାଣ୍ଟିହେବ।

ନିର୍ବାଚନ କମିଶନ୍ ଏପର୍ଯ୍ୟନ୍ତ ସଞ୍ଜୟ ରାଉତଙ୍କ ମନ୍ତବ୍ୟ ବାବଦରେ କିଛି ମନ୍ତବ୍ୟ ଦେଇନାହାନ୍ତି। ପୂର୍ବରୁ ସିପିଏମ୍‌ ସାଂସଦ ପ୍ରାର୍ଥୀ କହ୍ନେୟା କୁମାରଙ୍କ ବାବଦରେ ଆପତ୍‌ଜନକ ମନ୍ତବ୍ୟ ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ମୁମ୍ବାଇ ଜିଲ୍ଲା ନିର୍ବାଚନ ଅଧିକାରୀ ସଞ୍ଜୟଙ୍କୁ ନୋଟିସ୍‌ ପଠାଇ ସାରିଛନ୍ତି।

ଶିବସେନା ମୁଖପାତ୍ର ସାମ୍ନାର ସମ୍ପାଦକ ସଞ୍ଜୟଏହାର ସମ୍ପାଦକୀୟରେ ଲେଖିଥିଲେ, ଆଗାମୀ ସାଧାରଣ ନିର୍ବାଚନରେ କହ୍ନେୟା କୁମାର ପରାଜିତ ହେବା ଦରକାର। ଯଦି ଆବଶ୍ୟକ ପଡ଼ୁଛି ବିଜେପି ‘ଇଭିଏମ୍‌ ଟ୍ୟାମ୍ପରିଂ’ ମଧ୍ୟ କରୁ। କହ୍ନେୟା ପୂର୍ବତନ ଜେଏନ୍‌ୟୁ ଛାତ୍ର ସଂଘ ସଭାପତି। ସେ ବାମଦଳମାନଙ୍କର ଯୁବ ଚେହେରା ରୂପେ ପରିଚିତ।



from Odisha Reporter http://bit.ly/2v6fEjy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages