
ରାୟଗଡ଼ା(ଓଡ଼ିଶା ରିପୋର୍ଟର):ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି। ଗୁଣୁପୁର ନିର୍ବାଚନୀ ସଭାରେ ଯୋଗଦେଇ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ। କହିଛନ୍ତି ତିତ୍ଲିରେ ଅନେକ କ୍ଷୟକ୍ଷତି ହୋଇଥିଲେ ହେଁ ଓଡ଼ିଶାକୁ କ୍ଷତିପୂରଣ ଦେବାରେ କେନ୍ଦ୍ର ସରକାର ପାତରଅନ୍ତର କରିଛନ୍ତି। ରାଜ୍ୟ ସରକାରଙ୍କ ଆହାର ଯୋଜନାରେ ମଧ୍ୟ କେନ୍ଦ୍ର ସରକାର ସହଯୋଗ କରିନାହାନ୍ତି।
ଏବେ ନିର୍ବାଚନ ଆସିବାରୁ ଓଡ଼ିଶା କଥା କେନ୍ଦ୍ରର ମନେ ପଡ଼ିଲା ବୋଲି ନବୀନ କହିଛନ୍ତି । ତେବେ ରାଜ୍ୟ ସରକାର ଜଳସେଚନ କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ କେନ୍ଦ୍ର ମାତ୍ର ୨୫୦ କୋଟି ଟଙ୍କା ଦେଇଛି ବୋଲି ନବୀନ କହିଛନ୍ତି । କେନ୍ଦ୍ର ସରକାର ଏବେ ବିରାଡ଼ି ବୈଷ୍ଣବ ସାଜିଛନ୍ତି ବୋଲି ନବୀନ କଟାକ୍ଷ କରିଛନ୍ତି।
ଏହା ସହିତ ସେ ରାୟଗଡ଼ା ଜିଲ୍ଲା ବିଷମକ କଟକରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଏଠାରେ ବି ନବୀନ କେନ୍ଦ୍ର ଅବେହଳା କଥା ଉଠାଇଥିଲେ।
from Odisha Reporter http://bit.ly/2U1P2tV
No comments:
Post a Comment