ସମ୍ବିତ୍‌ଙ୍କୁ ଚ୍ୟାଲେଞ୍ଜ ଦେଲେ ପିନାକୀ: ‘ଟିଭି ଚ୍ୟାନେଲରେ ଡିବେଟ କରୁଥିଲେ, ଏବେ ମୋ ସହ କରନ୍ତୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ସମ୍ବିତ୍‌ଙ୍କୁ ଚ୍ୟାଲେଞ୍ଜ ଦେଲେ ପିନାକୀ: ‘ଟିଭି ଚ୍ୟାନେଲରେ ଡିବେଟ କରୁଥିଲେ, ଏବେ ମୋ ସହ କରନ୍ତୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)-ପୁରୀ ଲୋକସଭା ଆସନ ପାଇଁ ତିନି ଦଳରେ ହେବିୱେଟ୍‌ ଦାବିଦାର। ବିଜେଡିରୁ ପିନାକୀ ମିଶ୍ର, ବିଜେପିରୁ ସମ୍ବିତ ପାତ୍ର ଓ କଂଗ୍ରେସରୁ ସତ୍ୟ ନାୟକ। ଜୋରଦାର ଜମିଗଲାଣି ପ୍ରଚାର। ରୋଡ଼ ଶୋ, ସଭାସମିତିରେ କେହି କାହା ପଛରେ ନାହାନ୍ତି। ନିର୍ବାଚନ ଫଳାଫଳ କ’ଣ ହେବ, ତା ତ ସମୟ କହିବ। କିନ୍ତୁ ଏବେ ବାକ୍‌ ଚାଟୁତାରେ ନିପୁଣ ପ୍ରାର୍ଥୀଙ୍କ କଥା କଟାକଟି ବେଶ ରୋଚକ ହେଉଛି ଭୋଟରଙ୍କ ପାଇଁ।

ପୁରୀରେ ପିନାକୀ ଓ ସମ୍ବିତଙ୍କ ପ୍ରଚାର ବେଶି ଜମୁଛି। କଥାରେ କେହି କାହାକୁ ଛାଡୁ ନାହାନ୍ତି। ଆଜି ଏକ ପ୍ରଚାର କାର୍ଯ୍ୟକ୍ରମରେ ଯାଇ ପିନାକୀ ସାମ୍ବାଦିକଙ୍କ ସାମ୍ନାରେ ଚ୍ୟାଲେଞ୍ଜ ଦେଇଥିଲେ ସମ୍ବିତ୍‌ଙ୍କୁ ।

‘ସମ୍ବିତ ଜାତୀୟ ସ୍ତର ଗଣମାଧ୍ୟମରେ ଡିବେଟ କରୁଛନ୍ତି, ଯେଉଁଠି ଆଙ୍କରମାନଙ୍କୁ କହିବାର ସୁଯୋଗ ମିଳେ ନାହିଁ। ହେଲେ ମୋ ସହ ଖୋଲା ଡିବେଟ କରନ୍ତୁ ଦେଖି !’
ପିନାକୀଙ୍କ ଏପରି ଚ୍ୟାଲେଞ୍ଜକୁ ହଜମ କରିପାରି ନାହାନ୍ତି ସମ୍ବିତ୍‌। ତୁରନ୍ତ ଉତ୍ତର ଦେଇଛନ୍ତି- ‘ପାର୍ଲାମେଣ୍ଟରେ ତାଙ୍କୁ ଲାଇଭ ଡିବେଟ କରିବାର ସୁଯୋଗ ମିଳିଲା। ସେତେବେଳେ ତ ପାଟି ଖୋଲିଲେନି । ଏବେ ଏଠି ଡିବେଟ କାହିଁକି କରିବେ ?

ଏହାର ଭତ୍ତର ଦେଇ ପିନାକୀ କହିଥିଲେ, ‘ତାଙ୍କର ରେକର୍ଡ ହେଲା ଦିଲ୍ଲୀ ଚ୍ୟାନଲ୍‌ରେ ଡିବେଟ କରିବା। ହେଲେ ମୋ ସହ ଖୋଲା ଡିବେଟ କଲେ ମୁଁ କହିଦେବି ମୁଁ ପାର୍ଲାମେଣ୍ଟରେ କ’ଣ କହିଛି। ସେ ହୁଏତ ତାହା ଦେଖି ପାରି ନ ଥିବେ। ଏହାର ଉତ୍ତରରେ ସମ୍ବିତ କହିଥିଲେ, ପାର୍ଲାମେଣ୍ଟରେ ଖୋଲା ଡିବେଟରେ କିଛି କହିଲେନି।  ପୁରୀ ସମସ୍ୟା ଉପସ୍ଥାପନ କଲେନି। ଶୋଇଲେ। ଏବେ ଏଠି ଡିବେଟ କରି ଫାଇଦା କ’ଣ ?’

ଯାହାବି ହେଉ, ପିନାକୀ-ସମ୍ବିତଙ୍କ ଏହି କଥା କଟାକଟି ଦର୍ଶକଙ୍କର ବେଶ୍‌ ମନୋରଞ୍ଜନ କରୁଛି।



from Odisha Reporter http://bit.ly/2YRB3ut

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages