୩୨ ଥର ହାରିବା ପରେ ବି ପୁଣି ଲଢ଼ିବେ ଶ୍ୟାମ୍‌ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

୩୨ ଥର ହାରିବା ପରେ ବି ପୁଣି ଲଢ଼ିବେ ଶ୍ୟାମ୍‌ ବାବୁ

ଭୁବନେଶ୍ୱର : କିଏ ସମାଜସେବା ତ କିଏ ଲୋକଙ୍କ ଅଧିକାର ପାଇଁ ଲଢ଼େଇ ନାରେ ରାଜନୀତିକୁ ଆସୁଛନ୍ତି। ପୁଣି କିଏ ମନ ଚାହିଁ ସ୍ଥାନରୁ ଟିକେଟ୍‌ ନମିଳିଲେ ଦଳ ପରିବର୍ତ୍ତନ କରି ଦେଉଛନ୍ତି, ଆଉ କାରଣ ସ୍ୱରୂପ କହୁଛନ୍ତି ନୂତନ ଦଳର ମୁଖ୍ୟଙ୍କ ସ୍ୱଚ୍ଛ ଓ ଦକ୍ଷ ନେତୃତ୍ୱରେ ଆକୃଷ୍ଟ ହୋଇ ସେ ଯୋଗ ଦେଇଛନ୍ତି। କିନ୍ତୁ ଏହି କ୍ରମରେ ଓଡ଼ିଶାର ବ୍ରହ୍ମପୁର ଜନ୍ମିତ ଶ୍ୟାମ ବାବୁ ସୁବୁଦ୍ଧି ଟିକେ ନିଆରା। ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ୧୯୬୨ ମସିହାରୁ ଲଢ଼ି ଆସିଲେଣି। ବାରମ୍ବାର ହାରିଛନ୍ତି ସତ, କିନ୍ତୁ ତାଙ୍କର ନିର୍ବାଚନ ଲଢ଼ିବାର ଝୁଙ୍କ୍ ଏବେ ମଧ୍ୟ କାଏମ ରହିଛି।

ସେ ଲୋକସଭା, ବିଧାନସଭା ଏବଂ ରାଜ୍ୟସଭା ନିର୍ବାଚନ ଲଢ଼ିସାରିଛନ୍ତି। ଆଉ ତାଙ୍କର ପରାଜୟର ସଂଖ୍ୟା ମଧ୍ୟ ଏକ ରେକର୍ଡ। ସର୍ବମୋଟ ୩୨ ଥର ଲଢ଼ି ସେ ବିଫଳ ହୋଇସାରିଲେଣି। ଏବେ ତାଙ୍କର ନଜର ରହିଛି ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଥିବା ସାଧାରଣ ନିର୍ବାଚନ ଉପରେ।

ତାଙ୍କର ଏହି ଅଜବ ସଉକ ବିଷୟରେ ସେ କୁହନ୍ତି, “ମୁଁ ପ୍ରଥମେ ୧୯୬୨ ମସିହାରେ ନିର୍ବାଚନ ଲଢ଼ିଥିଲି। ଏହା ପରେ ଭିନ୍ନ ଭିନ୍ନ ନିର୍ବାଚନ ଲଢ଼ିସାରିଛି। ଏଥିରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଧ୍ୟ ରହିଛି। ମୁଁ ବିଭିନ୍ନ ଦଳରୁ ପ୍ରସ୍ତାବ ପାଇଥିଲେ ମଧ୍ୟ ସ୍ୱାଧୀନ ଭାବରେ ଲଢ଼ିବାକୁ ଉଚିତ ମଣିଛି।”

ଚଳିତ ବର୍ଷ ଶ୍ୟାମ ବାବୁ ଉଭୟ ଆସିକା ଏବଂ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢ଼ିବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜଣେ ଅନୁମୋଦନ ପ୍ରାପ୍ତ ହୋମିଓପାଥି ଚିକିତ୍ସକ ଶ୍ରୀ ସୁବୁଦ୍ଧି କହିଛନ୍ତି, ଜୁନ୍‌ ୧୧ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ମଧ୍ୟ ଲଢ଼ିବେ। ଏହା ପୂର୍ବରୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିପକ୍ଷରେ ଲଢ଼ିସାରିଛନ୍ତି।



from Odisha Reporter http://bit.ly/2YVSA4A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages