
ଢେଙ୍କାନଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଘୁମୁରା ନାଳ ପୋଲ ତଳୁ ଜଣେ ଯୁବକଙ୍କ ମତଦେହ ମିଳିଛି। ତାଙ୍କ ନାଁ କାଳନ୍ଦି ପ୍ରଧାନ (୩୩)। ତାଙ୍କ ଘର କାମାକ୍ଷାନଗର ଏନ୍ଏସିର ଆଳତୁମା ଗାଁରେ।
କାଳନ୍ଦିଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତଦେହ ପଡ଼ିଥିବା ସ୍ଥାନରୁ ପୁଲିସ ଗୋଟିଏ ସ୍କୁଟି ଓ ମୋବାଇଲ୍ ଜବତ କରିଛି। ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ମାଧ୍ୟମରେ ଘଟଣାର ତଦନ୍ତ କରୁଛି ପୁଲିସ୍।
ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟାକାରୀଙ୍କୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ୫୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ। ସେମାନେ ଟାୟାର ଜାଳି ରାସ୍ତାରୋକ କରିବାରୁ କିଛି ସମୟ ପାଇଁ ଠପ୍ ହୋଇଯାଇଥିଲା।
from Odisha Reporter http://bit.ly/2GkSQD4
No comments:
Post a Comment