ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୁଷ୍‌ର ସର୍ବୋଚ୍ଚ ସମ୍ମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୁଷ୍‌ର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ୍‌ର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ସେଣ୍ଟ ଆଣ୍ଡ୍ର୍ୟୁ ଦି ଆପୋଷ୍ଟଲ’ରେ ସମ୍ମାନିତ ହେବେ। ରୁଷ୍‌ ଏବଂ ଭାରତ ମଧ୍ୟରେ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ସମ୍ପର୍କ ବିକଶିତ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମୋଦିଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥିବା ରୁଷ୍‌ ପକ୍ଷରୁ କୁହାଯାଇଛି।

ରୁଷ୍‌ ସରକାର ଦେଇଥିବା ସୂଚନା ଅନୁଯାୟୀ, ‘ଅର୍ଡର ଅଫ୍‌ ସେଣ୍ଟ ଆଣ୍ଡ୍ର୍ୟୁ ଦି ଆପୋଷ୍ଟଲ’ ୧୬୯୯ ମସିହାରେ ତତ୍କାଳୀନ ସମ୍ରାଟ ପିଟର ଦି ଗ୍ରେଟ୍‌ଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ଏହା ରୁଷ୍‌ର ସର୍ବପୂରାତନ ସମ୍ମାନ। ସୋଭିଏତ୍‌ ୟୁନିଅନ୍‌ରେ ୧୯୧୮ରେ ଏହି ପୁରସ୍କାରକୁ ବନ୍ଦ କରି ଦିଆଯାଇଥିଲା। ଏହାପରେ ୧୯୯୮ରେ ପୁଣି ଆରମ୍ଭ କରାଯାଇଥିଲା।

ରୁଷ୍‌ ସରକାରଙ୍କ କହିବା ଅନୁଯାୟୀ ଏହା ବିଭିନ୍ନ ରାଜନୀତିକ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କୁ ବିଶେଷ କରି ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ରୁଷ୍‌ ନାଗରିକଙ୍କୁ ପ୍ରଦାନ କରାଯାଇଥାଏ। ୨୦୧୭ ମସିହାରେ ଚାଇନାର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଏହି ସମ୍ମାନ ଦିଆଯାଇଥିଲା।



from Odisha Reporter http://bit.ly/2Iu7bi0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages