ପତ୍ନୀଙ୍କୁ ଜନ୍ମଦିନ ଉପହାର ଦେଲେ ପୋଲାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ପତ୍ନୀଙ୍କୁ ଜନ୍ମଦିନ ଉପହାର ଦେଲେ ପୋଲାର୍ଡ

ମୁମ୍ବାଇ: ଚଳିତ ଆଇପିଏଲର ବୁଧବାର ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ମ୍ୟାଚ୍ ରୋମାଞ୍ଚର ଶିଖରରେ ପହଞ୍ଚିଥିଲା। ଏହି ମ୍ୟାଚରେ ମୁମ୍ବାଇ ୩ ୱିକେଟରେ ପଞ୍ଜାବକୁ ହରାଇ ହ୍ୟାଟ୍ରିକ୍ ବିଜୟ ହାସଲ କରିଥିଲା। ମୁମ୍ବାଇ ବିଜୟରେ ମୁଖ୍ୟ ଭୂମିକା ବହନ କରିଥିଲେ କାଇରନ୍ ପୋଲାର୍ଡ।

ପୋଲାର୍ଡ ମାତ୍ର ୩୧ ବଲରେ ୮୩ ରନର ବିସ୍ଫୋରକ ଇନିଂସ ଖେଳି ମୁମ୍ବାଇକୁ ଅବିଶ୍ୱସନୀୟ ବିଜୟ ଦେଇଥିଲେ। ଏହି ମାରାଥନ୍ ଇନିଂସରେ ପୋଲାର୍ଡ ୩ ଚୌକା ଓ ୧୦ ଛକା ମାରିଥିଲେ। ପୋଲାର୍ଡ ଏହି ଇନିଂସକୁ ନିଜ ପତ୍ନୀଙ୍କୁ ସମର୍ପିତ କରିଛନ୍ତି।

ପୋଲାର୍ଡ କହିଛନ୍ତି, “ମୋତେ ଏଭଳି ଇନିଂସ ଖେଳିବାକୁ ପ୍ରେରଣା ଦେଇଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି । ଏହାଛଡ଼ା ମୁଁ ମୋ ପତ୍ନୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି, ଯିଏ ଆଜି ନିଜର ଜନ୍ମଦିନ ପାଳନ କରିଛନ୍ତି। ମୋର ଏହି ଇନିଂସ୍ ମୋ ପତ୍ନୀଙ୍କ ପାଇଁ ଜନ୍ମଦିନ ଉପହାର।’

ପୋଲାର୍ଡ ଆହୁରି କହିଛନ୍ତି, ମୋ ପାଇଁ ଏହା ସର୍ବଶ୍ରେଷ୍ଠ ଇନିଂସ୍ ଥିଲା। ମୁଁ ଯେତେବେଳେ ବ୍ୟାଟିଂ କରିବାକୁ ଆସିଲି, ମୋ ଉପରେ ଚାପ ଥିଲା। କିନ୍ତୁ ମୁଁ ଚାପ ସମୟରେ ନିଜକୁ ଶାନ୍ତ ରଖିବାକୁ ପ୍ରୟାସ କରିଥିଲି ଏବଂ ମ୍ୟାଚକୁ ଶେଷ ମଧ୍ୟ କରିବାକୁ ଚାହୁଁଥିଲି। ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ କାଏମ ରଖିବାରେ ସଫଳ ହୋଇଥିବାରୁ ମୁଁ ବହୁତ ଖୁସି। ମ୍ୟାଚରେ ସବୁ ଖେଳାଳି ନିଜ ନିଜର ଯୋଗଦାନ କରିଛନ୍ତି।

ଏଥିପାଇଁ ଏହାକୁ ଟିମୱାର୍କ ବୋଲି କହନ୍ତି। ଏହି ମ୍ୟାଚରେ ପଞ୍ଜାବ ଦଳର କ୍ରିସ୍ ଗେଲ୍ ଓ ଲୋକେଶ ରାହୁଲ ଭଲ ବ୍ୟାଟିଂ କରିଥିଲେ। ରାହୁଲ ନିଜର ଦମଦାର ଶତକୀୟ ଇନିଂସ ମଧ୍ୟରେ କିଛି ଆକର୍ଷଣୀୟ ଶଟ୍ ମାରିଥିଲେ। ମୁଁ ଏହି ମ୍ୟାଚରେ ଆକ୍ରମଣାତ୍ମକ ଖେଳିବାକୁ ପ୍ରୟାସ କରିଥିଲି ଏବଂ ସଫଳ ମଧ୍ୟ ହେଲି। ଏହି ସଫଳତା ମୋତେ ବିଶ୍ୱକପ୍ ପାଇଁ ସହାୟକ ହେବ ବୋଲି ପୋଲାର୍ଡ କହିଛନ୍ତି।

ସୂଚନାଯୋଗ୍ୟ, ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୭ ରନ୍ କରିଥିଲା। ଦଳର ଦୁଇ ଓପ୍ନର ଗେଲ୍ ଓ ରାହୁଲ ପ୍ରଥମ ୱିକେଟ୍ ପାଇଁ ୧୧୬ ରନର ଭାଗୀଦାରୀ କରିଥିଲେ। ଗେଲ୍ ୩୬ ବଲରେ ୩ ଚୌକା ଓ ୭ ଛକା ସହ ୬୩ ରନ୍ କରି ଆଉଟ୍ ହୋଇଥିବା ବେଳେ ରାହୁଲ ଶେଷ ପର୍ଯ୍ୟନ୍ତ ଅପରାଜିତ ଶତକ ମାରିଥିଲେ।

ରାହୁଲ୍ ୬୪ ବଲରେ ୬ ଚୌକା ଓ ୬ ଛକା ସହ ଅପରାଜିତ ୧୦୦ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେଭିଡ୍ ମିଲର ୭, କରୁନ୍ ନାଏର୍ ୫ ଓ ସାମ୍ କରାନ୍ ୮ ଓ ମନଦୀପ ସିଂହ ଅପରାଜିତ ୭ ରନ୍ କରିଥିଲେ। ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍ ନେଇଥିଲେ।

୧୯୮ ରନର ବିଜୟଲକ୍ଷ୍ୟର ପିଛା କରି ମୁମ୍ବାଇ ଖରାପ ଆରମ୍ଭ କରିଥିଲା। କିନ୍ତୁ ମଧ୍ୟକ୍ରମରେ ପୋଲାର୍ଡ ଧୂଆଁଧାର ବ୍ୟାଟିଂ କରିଥିଲେ, ଯାହା ବଳରେ ମୁମ୍ବାଇ ଶେଷ ବଲରେ ବିଜୟ ହାସଲ କରିଥିଲା। ଅନ୍ତିମ ଓଭରରେ ଦଳକୁ ୧୫ ରନ ଆବଶ୍ୟକ ହେଉଥିଲା ଏବଂ ସାମ୍ନାରେ ବୋଲିଂ କରୁଥିଲେ ଅଙ୍କିତ ରାଜପୁତ।

ରାଜପୁତ ନିଜର ପ୍ରଥମ ବଲରେ ନୋ’ ବଲ ଛକା ମାରିଥିଲେ। ପରବର୍ତ୍ତୀ ବଲରେ ଚୌକା ହୋଇଥିଲା। ତେବେ ଦ୍ୱିତୀୟ ବଲରେ ରାଜପୁତ ପୋଲାର୍ଡଙ୍କୁ ଆଉଟ୍ କରି ମ୍ୟାଚକୁ ରୋମାଞ୍ଚକର କରିଥିଲେ। ଏହା ପରେ ଶେଷ ବଲରେ ମୁମ୍ବାଇକୁ ୨ ରନ୍ ଆବଶ୍ୟକ ହେଉଥିବା ବେଳେ ଅଲଜାରି ଜୋସେଫ୍ ଦୁଇ ରନ୍ ନେଇ ନିଜ ଦଳକୁ ବିଜୟୀ କରାଇଥିଲେ।

ମୁମ୍ବାଇ ପକ୍ଷରୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କ୍ୱିଣ୍ଟନ୍ ଡି’କକ୍ ୨୩, ସିଦ୍ଦେଶ ଲାଡ୍ ୧୫, ସୂର୍ଯ୍ୟକୁମାର ଯାଦବ ୨୧, ଇଶାନ୍ କିଷାନ ୭, ହାର୍ଦ୍ଦିକ ପାଣ୍ଡ୍ୟା ୧୯ ଓ ଜୋସେଫ୍ ଅପରାଜିତ ୧୫ ରନ୍ କରିଥିଲେ। ପଞ୍ଜାବ ପକ୍ଷରୁ ମହମ୍ମଦ ଶାମି ୩ଟି ୱିକେଟ୍ ନେଇଥିଲେ।



from Odisha Reporter http://bit.ly/2Is0Kf6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages