ନକ୍ସଲଙ୍କ ଭୟ: ଚିତ୍ରକୋଣ୍ଡା ଓ ‘ସ୍ୱାଭିମାନ’ ଅଞ୍ଚଳରେ କେହି ଭୋଟ ଦେଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ନକ୍ସଲଙ୍କ ଭୟ: ଚିତ୍ରକୋଣ୍ଡା ଓ ‘ସ୍ୱାଭିମାନ’ ଅଞ୍ଚଳରେ କେହି ଭୋଟ ଦେଲେନି

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ହେଲା। ଆଉ ଏହି ସେତୁର ଲୋକାର୍ପଣ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ, ଆଜିଠୁ ବିଚ୍ଛିନ୍ନାଞ୍ଚଳର ନାଁ ହେଲା ସ୍ୱାଭିମାନ ଅଞ୍ଚଳ। ନକ୍ସଲଙ୍କ ପ୍ରାଦୁର୍ଭାବ ହ୍ରାସ କରିବାରେ ଏହି ସେତୁ ପ୍ରମୁଖ ଭୂମିକା ନେବ। ଏହାଛଡ଼ା ଏହି ଅଞ୍ଚଳର ଲୋକ ବିକାଶ ସ୍ରୋତରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବିଶ୍ୱାସ କରାଯାଉଥିଲା ଯେ ରାଜ୍ୟ ସରକାରଙ୍କ ସବୁ ବିକାଶମୂଳକ ଯୋଜନା ସ୍ୱାଭିମାନ (ବିଚ୍ଛିନ୍ନାଞ୍ଚଳ)ରେ କାର୍ଯ୍ୟକାରୀ ହେବ। ହେଲେ ଏହା କେବଳ କଥାରେ ସୀମିତ ରହିଲା ପରି ମନେ ହେଉଛି। କାରଣ ଯେଉଁ ଅଞ୍ଚଳରେ ବସବାସ କରୁଥିବା ଲୋକ ମତଦାନ କରିବାକୁ ସାହସ କରିପାରୁନାହାନ୍ତି, ସେଠି ବିକାଶ କେମିତି ହେଉଥିବ, ତାହା ସାଧାରଣରେ ଅନୁମେୟ।

ଆଜି ହୋଇଥିବା ନିର୍ବାଚନରେ ସ୍ୱାଭିମାନ ଅଞ୍ଚଳରେ ପୋଲିଂ ଶୂନ୍ୟ ରହିଛି। ନକ୍ସଲଙ୍କ ଭୟରେ ଲୋକମାନେ ଭୋଟ ଦେବାକୁ ଯାଇନଥିବା ଆଲୋଚନା ହେଉଛି। ମତଦାନ ପାଇଁ ଏହି ଅଞ୍ଚଳରେ ୧୫ଟି ବୁଥ୍‌ ହୋଇଥିଲା। ସେଥିରୁ ସ୍ୱାଭିମାନ ଅଞ୍ଚଳରେ ୯ଟି ଓ ଚିତ୍ରକୋଣ୍ଡାରେ ୬ଟି ବୁଥ୍‌ ହୋଇଥିଲା। ନକ୍ସଲଙ୍କ ଭୟ ଯୋଗୁ ପୋଲିଂ ଅଧିକାରୀଙ୍କୁ ଗତକାଲିଠାରୁ ହେଲିକପ୍ଟରରେ ବୁଥ୍‌କୁ ପଠାଇ ଦିଆଯାଇଥିଲା। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା। ଆଜି ସକାଳ ୭ଟାରେ ବୁଥ୍‌ ଗୁଡ଼ିକ ଖୋଲା ଯାଇଥିଲା। ମାତ୍ର ଅପରାହ୍ନ ୪ଟା ପର୍ଯ୍ୟନ୍ତ କେହି ମତଦାନ କରିବାକୁ ଆସିନଥିଲେ। ଯାହାଫଳରେ ୧୫ଟି ବୁଥ୍‌ରେ ଭୋଟିଂ ଶୂନ୍‌ ରହିଛି। ଆଉ ୪ଟା ପରେ ପୋଲିଂ ଅଧିକାରୀମାନେ ହେଲିକପ୍ଟରରେ ଜିଲ୍ଲା ସଦରମହକୁମାକୁ ଫେରି ଆସିଛନ୍ତି।



from Odisha Reporter http://bit.ly/2GgUpBW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages