ହାୱାଲା ଫର୍ମୂଲାରେ ବଣ୍ଟାଯାଉଛି ନିର୍ବାଚନୀ ପାଣ୍ଠି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ହାୱାଲା ଫର୍ମୂଲାରେ ବଣ୍ଟାଯାଉଛି ନିର୍ବାଚନୀ ପାଣ୍ଠି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଏକ ପ୍ରମୁଖ ରାଜନୀତିକ ଦଳ ଏବେ ହାୱାଲାର ନୂଆ ଫର୍ମୂଲାରେ ନିଜର ପ୍ରାର୍ଥୀଙ୍କ ନିକଟରେ ନିର୍ବାଚନୀ ପାଣ୍ଠି ପହଞ୍ଚାଇବାର ବ୍ୟବସ୍ଥା କରିଥିବା ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ନିର୍ବାଚନ ଲଢ଼ିବା ପାଇଁ ନିଜର ବିଧାୟକ ପ୍ରାର୍ଥୀମାନଙ୍କୁ ଏହି ନିର୍ଦ୍ଦିଷ୍ଟ ଦଳ କୁଆଡ଼େ ସର୍ବନିମ୍ନ ଦେଢ଼ରୁ ଦୁଇ କୋଟି ଟଙ୍କା ଦେଉଛି। ଯେଉଁଠି ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ବିରୋଧୀ ଦଳର ହେଭିୱେଟ୍ ନେତା ମଇଦାନରେ ଅଛନ୍ତି ସେମାନଙ୍କୁ ଅପେକ୍ଷାକୃତ ଅଧିକ ନିର୍ବାଚନୀ ପାଣ୍ଠି ଯୋଗାଇ ଦିଆଯାଉଛି। ଦଳ କୁଆଡ଼େ ପ୍ରଥମଥର ପାଇଁ ହାୱାଲା ପନ୍ଥା ବ୍ୟବହାର କରି ନିଜର ପ୍ରାର୍ଥୀମାନଙ୍କ ପାଖରେ ଏହି ପାଣ୍ଠି ପହଞ୍ଚାଇବାର ବ୍ୟବସ୍ଥା କରିଛି। ତା’ପୁଣି ଅତ୍ୟନ୍ତ ସୁଚିନ୍ତିତ ଉପାୟରେ।

ଚର୍ଚ୍ଚା ହେଉଛି, ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ କୁଆଡ଼େ ରାଜ୍ୟର ଏକାଧିକ ସ୍ଥାନରେ ନିଜର ବିଶ୍ୱସ୍ତ ବ୍ୟକ୍ତିବିଶେଷଙ୍କ ପାଖରେ ନିର୍ବାଚନ ପାଣ୍ଠି ଠୁଳ କରିଛି। ନିର୍ବାଚନରେ ଦଳୀୟ ଟିକେଟ୍ ନେଉଥିବା ପ୍ରାର୍ଥୀଙ୍କୁ ୨-୩ଟି ପର୍ଯ୍ୟାୟରେ ଏହି ପାଣ୍ଠି ଦିଆଯାଉଛି।

ପ୍ରାର୍ଥୀଙ୍କ ପାଖକୁ ଦଳର ମୁଖିଆଙ୍କ ରାଜନୀତିକ ସଚିବଙ୍କ ଫୋନ୍ କଲ ଯାଉଛି ଓ ତାଙ୍କୁ ତାଙ୍କ ନିଜ ଅଞ୍ଚଳର ସଦର ମହକୁମାର ଏକ ନିର୍ଦ୍ଦିଷ୍ଟ ସ୍ଥାନ ନିକଟରୁ ଏହି ପାଣ୍ଠି ସଂଗ୍ରହ କରିବାକୁ କୁହାଯାଉଛି। ଫିଲ୍ମ ଷ୍ଟାଇଲରେ କେହି ଜଣେ ଅଜଣା ବ୍ୟକ୍ତି ଆସି ପ୍ରାର୍ଥୀଙ୍କୁ ପାଣ୍ଠି ଦେଉଛନ୍ତି ଓ ଫୋନ୍ ମାଧ୍ୟମରେ ସେ କୁଆଡ଼େ ମୁଖିଆଙ୍କ ରାଜନୀତିକ ସଚିବଙ୍କ ସହ କଥା କରାଇ ଦେଉଛନ୍ତି। ଯାହାଫଳରେ ପ୍ରାର୍ଥୀଜଣକ ନିର୍ବାଚନୀ ପାଣ୍ଠି ପାଇଥିବାର ପ୍ରମାଣ ଭୁବନେଶ୍ୱରରେ ଥିବା ରାଜନୀତିକ ସଚିବଙ୍କ ପାଖରେ ପହଞ୍ଚି ଯାଉଛି। ଦଳ କୁଆଡ଼େ ଏଥର ନିର୍ବାଚନୀ ଖର୍ଚ୍ଚକୁ ଗତ ସାଧାରଣ ନିର୍ବାଚନ ତୁଳନାରେ ପ୍ରାୟ ୨୦୦ ପ୍ରତିଶତ ବୃଦ୍ଧି କରିଛି।

ଚର୍ଚ୍ଚା ହେଉଛି, ୨୦୧୪ ମସିହା ନିର୍ବାଚନବେଳେ ଦଳ ଯେଉଁ ଫର୍ମୂଲାରେ ପ୍ରାର୍ଥୀଙ୍କ ପାଖରେ ନିର୍ବାଚନୀ ପାଣ୍ଠି ପହଞ୍ଚାଇବାର ବ୍ୟବସ୍ଥା କରିଥିଲା ତାକୁ ନେଇ ପରବର୍ତ୍ତୀ ସମୟରେ ବିବାଦ ଦେଖାଦେବାରୁ କାଳେ ଚଳିତଥର ସେଭଳି ସମସ୍ୟା ହେବ, ସେହି ଆଶଙ୍କାରେ କୁଆଡ଼େ ନିର୍ବାଚନର ବହୁ ପୂର୍ବରୁ କିଛି ବ୍ୟବସାୟୀ, ଶିଳ୍ପପତି ଓ ସରକାରୀ ପଦାଧିକାରୀଙ୍କ ମାଧ୍ୟମରେ ଏହି ପାଣ୍ଠି ଦଳୀୟ ପ୍ରାର୍ଥୀଙ୍କ ନିକଟରେ ପହଞ୍ଚାଯାଉଛି। ଏପରିକି ଭୋଟରଙ୍କୁ ହାତେଇବା ପାଇଁ ଦଳ ମଧ୍ୟ ନୂଆ ନୂଆ ଫନ୍ଦି ଆପଣାଇ ସେମାନଙ୍କ ନିକଟରେ ମୋଟା ଅଙ୍କର ପାଣ୍ଠି ପହଞ୍ଚାଉଛି। ଦଳ ପକ୍ଷରୁ ପ୍ରାର୍ଥୀଙ୍କ ପାଖରେ ନୂଆ ଶୈଳୀରେ ନିର୍ବାଚନୀ ପାଣ୍ଠି ପହଞ୍ଚାଇବାର ଏଭଳି ହାୱାଲା ବ୍ୟବସ୍ଥାକୁ ନେଇ ପ୍ରାର୍ଥୀମାନେ ଖୁସି ବ୍ୟକ୍ତ କରୁଥିବାବେଳେ ନିର୍ବାଚନୀ ଖର୍ଚ୍ଚ ଆକଳନ କରିବା ଦାୟିତ୍ୱରେ ଥିବା ନିର୍ବାଚନ କମିଶନଙ୍କର ପ୍ରତିନିଧିମାନେ କିଭଳି ଏହାର ଟେର୍ ପାଉନାହାନ୍ତି ତାକୁ ନେଇ ଚର୍ଚ୍ଚା।



from Odisha Reporter http://bit.ly/2I5KIbm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages