ଟସ୍‌ ଜିତି କେକେଆରର ବୋଲିଂ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଟସ୍‌ ଜିତି କେକେଆରର ବୋଲିଂ ନିଷ୍ପତ୍ତି

ଜୟପୁର: ଚଳିତ ଆଇପିଏଲ୍‌ର ୨୧ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ କୋଲକାତାର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

ଶେଷ ଖବର ସୁଦ୍ଧା ରାଜସ୍ଥାନ ୨ ଓଭର୍‌ରେ ଗୋଟିଏ ୱିକେଟ୍‌ ହରାଇ ୬ ରନ୍‌ କରିଛି। ଅଧିନାୟକ ଅଜିଙ୍କ୍ୟ ରାହଣେ ମାତ୍ର ୫ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି। ଜୋଶ ବଟଲର ୦ ଓ ଷ୍ଟିଭ୍‌ ସ୍ମିଥ ୧ ରନ୍‌ କରି ଅପରାଜିତ ରହିଛନ୍ତି। କୋଲକାତା ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ୍‌ ନେଇଛନ୍ତି।

ଗତ ମ୍ୟାଚ୍‌ରେ କୋଲକାତା ପ୍ରତିପକ୍ଷ ବେଙ୍ଗାଲୁରୁଠାରୁ ଜିତିଥିଲା। ତେବେ ରାଜସ୍ଥାନ ରୟାଲ୍ସକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେଣୁ ରାଜସ୍ଥାନ ରୟାଲ୍ସ ମ୍ୟାଚ୍‌ ଜିତିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି।



from Odisha Reporter http://bit.ly/2UkTvNt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages