
ଅନୁଗୋଳ (ବିରଜା ପ୍ରସାଦ ଦାଶ): ନିଆଁ ଲାଗି ୪୦ଟି ପରିବାରର ୯୦ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଏ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଆଠଠମଲ୍ଲିକ ସବ୍-ଡିଭିଜନ୍ ଅନ୍ତର୍ଗତ ଭୋଗରା ଗାଁର କିସାନ ସାହିରେ। ତେବେ ଏଥିରେ କେହି ହତାହତ ହୋଇଥିବା ସୂଚନା ନାହିଁ।
ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଗାଁର ଛବି ପ୍ରଧାନଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ଏକ ଗ୍ୟାସ୍ ସିଲିଣ୍ଡର ଫାଟି ଯିବାରୁ ତାଙ୍କ ଘରେ ନିଆଁ ଲାଗିଥିଲା। ଆଉ ଦେଖୁ ଦେଖୁ ନିଆଁ ପୂରା କିସାନ ସାହିକୁ ନିଜ କବଜାକୁ ନେଇ ଯାଇଥିଲା। ଆଠମଲ୍ଲିକରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା।
ଏହି ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି, ତା’ର ଆକଳନ କରାଯାଉଛି। ଘଟଣା ସଂପର୍କରେ ଖବର ପାଇବାରେ ପ୍ରଶାସନିକ ଅଧିକାରୀମାନେ ଗାଁରେ ପହଞ୍ଚିଥିଲେ।
from Odisha Reporter http://bit.ly/2UzxZ7y
No comments:
Post a Comment