ଆରସିବି ସହ ଯୋଗଦେବେ ଏହି ଫାଷ୍ଟ୍ ବୋଲର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ଆରସିବି ସହ ଯୋଗଦେବେ ଏହି ଫାଷ୍ଟ୍ ବୋଲର୍

ନୂଆଦିଲ୍ଲୀ: ଲଗାତାର ୬ ମ୍ୟାଚ୍ ହାରି ପଏଣ୍ଟ ଟେବୁଲର ନିମ୍ନ ସ୍ଥାନରେ ଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖୁସି ଖବର। ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ପେସ ବୋଲର ଡେଲ୍ ଷ୍ଟେନ୍ ଆରସିବି ଦଳରେ ଯୋଗଦେବେ। ସେ ଆହତ ପେସ୍ ବୋଲର ନେଥନ କୁଲ୍ଟର-ନାଇଲଙ୍କ ସ୍ଥାନ ନେବେ।

ଷ୍ଟେନଙ୍କ ଯୋଗଦେବା ଦ୍ୱାରା ଆରସିବିର ବୋଲିଂ ଲାଇନ୍ ଅଧିକ ମଜଭୁତ୍ ହେବ। ପିଠିରେ ଯନ୍ତ୍ରଣା କାରଣରୁ କୁଲ୍ଟର-ନାଇଲ୍ ଆଇପିଏଲରୁ ବାହାର ହୋଇଛନ୍ତି। ଷ୍ଟେନଙ୍କ ଉପଲବ୍ଧିକୁ ନେଇ ଆଇପିଏଲ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଆଇପିଏଲର ଗତ ଦୁଇଟି ସଂସ୍କରଣରେ ଷ୍ଟେନଙ୍କୁ କୌଣସି ଟିମ୍ କିଣିନଥିଲେ। ସେ ଶେଷଥର ପାଇଁ ୨୦୧୬ରେ ଗୁଜରାଟ ଲାୟନ୍ସ ପକ୍ଷରୁ ଖେଳିଥିଲେ।

ଷ୍ଟେନ୍ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଆରସିବି ଟିମର ସଦସ୍ୟ ରହିଥିଲେ। ଏହା ମଧ୍ୟରେ ସେ ୨୭ଟି ୱିକେଟ୍ ହାସଲ କରିଛନ୍ତି। ଷ୍ଟେନ ଆଇପିଏଲର ମୋଟ ୯ଟି ସିଜନରେ ଭାଗ ନେଇଛନ୍ତି। ଚଳିତ ସଂସ୍କରଣରେ ଆରସିବି ଏପର୍ଯ୍ୟନ୍ତ ବିଜୟ ସ୍ୱାଦ ଅପେକ୍ଷାରେ ରହିଛି। ଆସନ୍ତାକାଲି ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଆରସିବି ତା’ର ତା’ର ପରବର୍ତ୍ତୀ ମ୍ୟାଚରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ଭେଟିବ।



from Odisha Reporter http://bit.ly/2UxNbCc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages