
ହାଇଦ୍ରାବାଦ୍: ଆନ୍ଧ୍ରପ୍ରଦେଶ ପୁଲିସ୍ ପକ୍ଷରୁ ଜଣେ ଟିଡିପି ସାଂସଦ ସିଏମ୍ ରମେଶଙ୍କ ଘରେ ଚଢ଼ଉ କରାଯିବା ପରେ ଏହାକୁ ବିରୋଧ କରିଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ। ଚଢ଼ଉ ପଛରେ କେନ୍ଦ୍ର ସରକାରଙ୍କ ହାତ ରହିଛି ଅଭିଯୋଗ କରି ନାଇଡ଼ୁ ପ୍ରତିବାଦରେ ଧାରଣାରେ ବସିଛନ୍ତି।
ନାଇଡ଼ୁ ବିଆର ଆମ୍ବେଦକରଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବିଜୟୱାଡ଼ା ସାଂସଦ କେସିନେନି ଶ୍ରୀନିବାସ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ସହିତ ଧାରଣାରେ ବସିଛନ୍ତି। ସେ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରରୋଚନାରେ ଏହି ଚଢ଼ଉ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ କମିଶନଙ୍କୁ ନିୟନ୍ତ୍ରଣ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି, “ଆଜି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଟିଡିପି ଉପରେ ନୈତିକ ଆକ୍ରମଣ କରି ୱାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନ୍ମୋହନ୍ ରେଡ୍ଡୀଙ୍କ ସମର୍ଥନରେ ନିର୍ବାଚନ କମିଶନ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛନ୍ତି। ମୁଁ ଏହାକୁ ନିନ୍ଦା କରୁଛି, କେନ୍ଦ୍ର ଗଣତନ୍ତ୍ରକୁ ଦବାଇ ରଖିବାକୁ ଚେଷ୍ଟାକରୁଛି।”
ଏହ ପୂର୍ବରୁ ଟିଡିପି ସାଂସଦ ରମେଶ ସୂଚନା ଦେଇଥିଲେ, ତାଙ୍କ ଘର ଉପରେ ବହୁ ସଂଖ୍ୟାରେ ପୁଲିସ୍ ଆସି ଚଢ଼ଉ କରିଥିଲେ। କିନ୍ତୁ କିଛି ବି ଜବତ କରାଯାଇନଥିବା ସେ କହିଥିଲେ। ଏହି ଟିଡିପି ଏମ୍ପି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ।
ରମେଶ ଆହୁରି ମଧ୍ୟ କହିଥିଲେ, “ସେମାନେ କହିଥିଲେ ଉପରୁ ଅର୍ଡର ଅଛି। ପୁଲିସ୍ ବର୍ତ୍ତମାନ ନିର୍ବାଚନ କମିଶନଙ୍କ ନିୟନ୍ତ୍ରଣରେ ଅଛି। ପୁଲିସ୍ ତା କର୍ତ୍ତବ୍ୟ କରୁଛି। କିନ୍ତୁ ଏଥିରେ ୱାଇଏସ୍ଆର କଂଗ୍ରେସ ଏବଂ ଜଗନ୍ମୋହନ୍ଙ୍କ ଭୂମିକାକୁ ଏଡ଼ାଇ ଦେଇହେବନି। ଏବେ ନିର୍ବଚନ କମିଶନ ଉଭୟ ମୋଦି ଏବଂ ଜଗନ୍ମୋହନ୍ଙ୍କ ନିୟନ୍ତ୍ରଣରେ। ସେଥିପାଇଁ ସେମାନେ କେବଳ ଟିଡିପି ନେତାଙ୍କୁ ଟାର୍ଗେଟ୍ କରୁଛନ୍ତି।”
from Odisha Reporter http://bit.ly/2IfpS8J
No comments:
Post a Comment