
କଟକ(ଓଡ଼ିଶା ରିପୋର୍ଟର): ସରିଲା ମ୍ୟାଟ୍ରିକ ପରୀକ୍ଷା ଖାତାଦେଖା। ଆସନ୍ତା ମେ ମାସ ସୁଦ୍ଧା ବାହାରିବ ମ୍ୟାଟ୍ରିକ ପରୀକ୍ଷା ଫଳ। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଂପାଦକ ରାମାଶିଷ ହାଜରା। ଏଥର ତ୍ରୁଟିଶୂନ୍ୟ ମୂଲ୍ୟାୟନ ହୋଇଥିବା ସେ କହିଛନ୍ତି।
ଚଳିତବର୍ଷ ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ଚଳିତବର୍ଷ ବାଦ ବିବାଦ ଭିତରେ ପରୀକ୍ଷା ହୋଇଥିଲା। ପ୍ରଥମ ଦିନରେ ମାତୃଭାଷା ଓଡ଼ିଆ ପରୀକ୍ଷା ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋଶାଲ୍ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲୁଥିଲା। ପ୍ରଥମେ ଏହା ଏକ ଗୁଜବ ବୋଲି କୁହାଯାଇଥିଲେ ହେଁ ଭାଇରାଲ୍ ହୋଇଥିବା ପ୍ରଶ୍ନପତ୍ର ଓ ଅରିଜିନାଲ୍ ପ୍ରଶ୍ନପତ୍ର ମେଳ ଖାଉଛି। ତା’ପରେ ଇଂରାଜୀ, ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଯାହାକୁ ନେଇ ବୋର୍ଡର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
୬୦ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ ହୋଇଥିଲା। ୧୬ ହଜାର ୩୦ ଜଣ ଶିକ୍ଷକ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।
from Odisha Reporter http://bit.ly/2UF7NI9
No comments:
Post a Comment