ଗଳାବାଟରେ ନଳିନୀଙ୍କ ପ୍ରାର୍ଥିପତ୍ରକୁ କାଏମ ରଖିବାକୁ ଷଡ଼ଯନ୍ତ୍ର ଚାଲିଛି: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଗଳାବାଟରେ ନଳିନୀଙ୍କ ପ୍ରାର୍ଥିପତ୍ରକୁ କାଏମ ରଖିବାକୁ ଷଡ଼ଯନ୍ତ୍ର ଚାଲିଛି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଲୋକସଭା ଆସନର ନାମାଙ୍କନ ପତ୍ର ଯାଞ୍ଚବେଳେ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ରହଥିଲେ ମଧ୍ୟ ଗଳାବାଟ ଦେଇ ଏହାକୁ କାଏମ ରଖିବାର ଷଡ଼ଯନ୍ତ୍ର ଚାଲିଛି। ରିଟର୍ଣ୍ଣଂ ଅଫିସର ନିଜେ ଏହି ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି ଓ ସେଥିପାଇଁ ନଳିନୀଙ୍କୁ ଆଉ ଗୋଟିଏ ଦିନ ସମୟ ଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସମ୍ବଲପୁର ଲୋକସଭା ଆସନର ନାମାଙ୍କନ ପତ୍ର ଯାଞ୍ଚବେଳେ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ଥିବା ନେଇ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନିତେଶ ଗଙ୍ଗଦେବ ଅଭିଯୋଗ କରିଥିଲେ। ଶ୍ରୀ ପ୍ରଧାନ ଏବେ ଦୁଇଟି ସରକାରୀ ନିଗମରେ ନିର୍ଦ୍ଦେଶକ ଅଛନ୍ତି। ଭାରତୀୟ ସମ୍ବିଧାନ ଅନୁଚ୍ଛେଦ ୧୦୨(୧) ଓ ୧୦୯(୧)ଅନୁୟାୟୀ ତାଙ୍କ ନାମାଙ୍କନ ପତ୍ର ଅଫିସ ଅଫ୍ ପ୍ରଫିଟ୍ ନିୟମ ଅନୁସାରେ ଖାରଜ ହେବା କଥା। ହେଲେ ରିଟର୍ଣ୍ଣିଂ ଅଫିସର ବିଜେଡି ପାର୍ଥୀ ନଳିନୀଙ୍କୁ ଆଉ ଏକ ଦିନ ଅଧିକ ସମୟ ଦେଇଛନ୍ତି। ଯାହାକି ନିୟମ ବିରୋଧୀ।

ରିଟର୍ଣ୍ଣିଂ ଅଫିସର ଆଉ ଗୋଟିଏ ଦିନ ସମୟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ନିଜର ପ୍ରଶାସନିକ ବଳ ଲଗାଇ ପୁରୁଣା ତାରିଖରେ ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦିଆ କରାଇ ନିଜର ନାମାଙ୍କନକୁ କାଏମ ରଖିବା ପାଇଁ ଏକ ଷଡ଼ଯନ୍ତ୍ର ରଚିଛନ୍ତି। ବିଜେପି ଲୋକସଭା ପ୍ରାର୍ଥୀ ଶ୍ରୀ ଗଙ୍ଗଦେବ ଯେଉଁ ତଥ୍ୟ ପ୍ରମାଣ ନିର୍ବାଚନ ଅଧିକାରୀଙ୍କୁ ଦେଇଛନ୍ତି ସେଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ନଳିନୀ ପ୍ରଧାନଙ୍କୁ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେଶନ ଲିମିଟେଡ୍ ଏବଂ ଓଡିଶା କଷ୍ଟ୍ରକସନ କର୍ପୋରେଶନ ଲିମିଟେଡରେ ନିର୍ଦ୍ଦେଶକ ଭାବେ ରାଜ୍ୟପାଳ ନିଯୁକ୍ତି ଦେଇଥିଲେ। ସେ ସେହି ପଦବୀରେ ଦରମା ଏବଂ ପାରିଶ୍ରମିକ ମଧ୍ୟ ପାଉଥିଲେ। କିନ୍ତୁ ପ୍ରାର୍ଥୀପତ୍ର ଦାଖଲ କଲାବେଳେ ସେ ଏହାକୁ ଲୁଚାଇଛନ୍ତି ବୋଲି ପ୍ରମାଣ ମିଳିଛି।

ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେଇଛନ୍ତି ସତ, କିନ୍ତୁ ଏହି ଦୁଇଟି କମ୍ପାନୀରୁ ଇସ୍ତଫା ଦେଇନାହାନ୍ତି। ତାହା ଅଫିସ ଅଫ୍ ପ୍ରଫିଟ୍ ବୋଲି କୁହାଯିବ। ତେଣୁ ଆଇନତଃ ସେ ନିର୍ବାଚନ ଲଢିପାରିବେନି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି। ଏହି ତ୍ରୁଟି ଆଜି ପଦାକୁ ଆସିବାପରେ ରିଟର୍ଣ୍ଣିଂ ଅଫିସର ଏହାର ଉତ୍ତର ଆସନ୍ତାକାଲି ଦିଆଯିବ ବୋଲି କହୁଛନ୍ତି। କିନ୍ତୁ ରିଟର୍ଣ୍ଣିଂ ଅଫିସରଙ୍କ ଦାୟିତ୍ୱ ହେଉଛି ପ୍ରାର୍ଥୀପତ୍ର ଯାଞ୍ଚ କରି ଏହାକୁ ନାକଚ କରିବା କଥା। ରିଟର୍ଣ୍ଣିଂ ଅଫିସରଙ୍କ ଆଜିର କାର୍ଯ୍ୟକଳାପ ଶାସକ ଦଳକୁ ସୁହାଇଲା ଭଳିି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ନଳିନୀଙ୍କ ନାମାଙ୍କନ ଖାରଜ କରିବା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି ଦାବି କରିଛି।



from Odisha Reporter http://bit.ly/2KamheW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages