
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ତଥା ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ୍ କୋହଲିଙ୍କ ନାଁରେ ଏକ ଦୁର୍ଭାଗ୍ୟଜନକ ରେକର୍ଡ ଯୋଡ଼ି ହୋଇଯାଇଛି। ସେ ଆଇପିଏଲ୍ରେ ସର୍ବାଧିକ ମ୍ୟାଚ୍ ହାରିଥିବା ଖେଳାଳି ହେବାର ରେକର୍ଡ କରିଛନ୍ତି।
ଆଇପିଏଲ୍ର ୧୨ଟି ଯାକ ସଂସ୍କରଣ ଖେଳିଥିବା ବିରାଟ୍ ଇତି ମଧ୍ୟରେ ୮୬ଟି ମ୍ୟାଚ୍ରେ ହାରିଛନ୍ତି। ଆଇପିଏଲ୍ର ଆଉ କୌଣସି ଖେଳାଳି ଏଭଳି ରେକର୍ଡ କରିନାହାନ୍ତି। ଶୁକ୍ରବାର ବିରାଟ୍ ଟି-୨୦ରେ ୮ ହଜାର ରନ୍ ପୂରଣ କରିଥିଲେ। ଏପରି କରିବାରେ ସେ ଦ୍ୱିତୀୟ ଖେଳାଳି। କିନ୍ତୁ ଗତକାଲି ତାଙ୍କ ଦଳ କୋଲକାତା ଠାରୁ ହାରିବା ପରେ ବିରାଟ୍ ସର୍ବାଧିକ ଆଇପିଏଲ ମ୍ୟାଚ୍ ହାରିଥିବା ଖେଳାଳି ହୋଇଛନ୍ତି।
ବିରାଟ୍ ବର୍ତ୍ତମାନ ସୁଦ୍ଧା ଆଇପିଏଲ୍ରେ ୧୬୮ଟି ମ୍ୟାଚ୍ ଖେଳି ୫୧୧୦ ରନ୍ କରିଛନ୍ତି। କିନ୍ତୁ ଏହି ୧୬୮ଟି ମ୍ୟାଚ୍ରୁ ବିରାଟ୍ଙ୍କୁ ୮୬ଟିରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ବିରାଟ୍ ବ୍ୟକ୍ତିଗତ ଭାବେ ଆଇପିଏଲ୍ରେ ଭଲ ପ୍ରଦର୍ଶନ କରିଥିଲେ ହେଁ କ’ଣ ପାଇଁ ମ୍ୟାଚ୍ ଜିତି ପାରୁନାହାନ୍ତି, ତା’କୁ ନେଇ ବିଶେଷଜ୍ଞମାନେ ଚିନ୍ତାରେ ପଡ଼ିଛନ୍ତି।
ବିରାଟ୍ ପରେ ଆଇପିଏଲ୍ରେ ଅନ୍ୟତମ ଖେଳାଳି ରବିନ ଉତ୍ଥାପ୍ପା ସର୍ବାଧିକ ୮୫ଟି ମ୍ୟାଚ୍ ହାରିଛନ୍ତି। ରୋହିତ ଶର୍ମା ୮୧ଟି ମ୍ୟାଚ୍ ହାରିଥିବା ବେଳେ ଦୀନେଶ କାର୍ତ୍ତିକ ୭୯ଟି ମ୍ୟାଚ୍ ହାରିଛନ୍ତି। ଅମିତ ମିଶ୍ରା ଓ ଏବି ଡିଭିଲିୟର୍ସ ୭୫ଟି ଲେଖାଏ ମ୍ୟାଚ୍ ହାରିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିରାଟ୍ଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଖେଳାଳି ଆଇପିଏଲ୍ରେ ଭିନ୍ନଭିନ୍ନ ଟିମ୍ ପକ୍ଷରୁ ମ୍ୟାଚ୍ ଖେଳିଛନ୍ତି।
from Odisha Reporter http://bit.ly/2ORx7Fj
No comments:
Post a Comment