
ନୂଆଦିଲ୍ଲୀ: ୟୁପିଏସ୍ସି ସର୍ବଭାରତୀୟ ପ୍ରଶାସନିକ ସେବା ଫଳାଫଳ ଘୋଷଣା କରିବା ପରେ ସଫଳ ହୋଇଥିବା ପ୍ରତିଭାଙ୍କ ବକ୍ତବ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ‘ଥାର୍ଡ ଟପ୍ପର’ ଜୁନୈଦ୍ ଅହମ୍ମଦ କୋଚିଂ କ୍ଲାସ୍ ବଦଳରେ ନିଜ ସଫଳତାର ଶ୍ରେୟ ଦେଇଛନ୍ତି ଇଣ୍ଟରନେଟ୍କୁ। ସେ କହିଛନ୍ତି ଇଣ୍ଟରନେଟ୍ରେ ଉପଲବ୍ଧ ତଥ୍ୟ ଏବଂ ସୂଚନା ତାଙ୍କୁ ଏ ଦିଗରେ ସହାୟକ ହୋଇଥିଲା।
ଅହମ୍ମଦ କହିଛନ୍ତି, ମୋର କିଛି ସିନିୟର ମୋତେ କିଛି ବହିର ନାଁ କହିଥିଲେ, ଯାହାକି ମୋତେ ପ୍ରାରମ୍ଭିକ ପ୍ରସ୍ତୁତିରେ ସହାୟକ ହୋଇଥିଲା। କିନ୍ତୁ ଆଜିକାଲି ଇଣ୍ଟରନେଟ୍ ବହୁତ ମାତ୍ରାରେ ସହାୟକ ହୋଇପାରୁଛି। ଅନ୍ଲାଇନ୍ରେ ସବୁକିଛି ଉପଲବ୍ଧ ରହିଛି। ଇଣ୍ଟରନେଟ୍ର ଉପଯୁକ୍ତ ଓ ଫଳପ୍ରଦ ବ୍ୟବହାର ମୋତେ ଫାଇଦା ଦେଇଛି।
ସେ କହିଛନ୍ତି, ଆଶାକରୁଥିଲି ତାଲିକାରେ ସ୍ଥାନ ପାଇବି। କିନ୍ତୁ ତୃତୀୟ ସ୍ଥାନରେ ରହିବା ମୋ କଳ୍ପନା ବାହାରେ ଥିଲା। ସେ ଏଥିପାଇଁ ଦିନକୁ ୫ରୁ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି କହିଛନ୍ତି। ତେବେ ଗତ ୫ ବର୍ଷ ଧରି ସେ ଏହି ପରୀକ୍ଷା ପ୍ରସ୍ତୁତିରେ ଲାଗିଥିଲେ ବୋଲି ସୂଚନା ଦେଇଛନ୍ତି। ଫଳାଫଳ ବିଷୟରେ ଶୁଣିବାପରେ ତାଙ୍କ ଗୋଡ଼ ଆଉ ତଳେ ଲାଗୁନି ବୋଲି ସେ କହିଛନ୍ତି।
ଉତ୍ତରପ୍ରଦେଶର ବିଜ୍ନୋର ଜନ୍ମିତ ଜୁନୈଦ ବର୍ତ୍ତମାନ ଭାରତୀୟ ଆୟକର ସେବା ଅଧିକାରୀ ଭାବେ ତାଲିମ ନେଉଛନ୍ତି। ତାଙ୍କ ବାପା ଜଣେ ଓକିଲ ଏବଂ ମା’ ଜଣେ ଗୃହିଣୀ। ତାଙ୍କ ଉତ୍ସବ ମନାଇବାନେଇ ପଚରାଯିବାରୁ ସେ କହିଥିଲେ, ମୋର କାଲି କ୍ଲାସ୍ ଅଛି ତେଣୁ ମୁଁ ମୋ ସାଥି ଅଧିକାରୀଙ୍କ ସହିତ ଉତ୍ସବ ମନାଇବି।
from Odisha Reporter http://bit.ly/2OT5jjU
No comments:
Post a Comment