ଉଗ୍ରହେଲା ଜଗତସିଂହପୁର ବିଜେଡି କଳି, ଦୁଇ ଗୋଷ୍ଠୀ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ଉଗ୍ରହେଲା ଜଗତସିଂହପୁର ବିଜେଡି କଳି, ଦୁଇ ଗୋଷ୍ଠୀ ମୁହାଁମୁହିଁ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବିଜେଡିରେ କନ୍ଦଳ ଥମୁନି। ଟିକେଟ ବଣ୍ଟନକୁ ନେଇ ଦଳ ଭିତରେ ଚାଲିଥିବା ଅସନ୍ତୋଷ ଏବେ ପଦାରେ ପଡ଼ିଛି। ଜଗତସିଂହପୁର ଜିଲ୍ଲା ନାଉଗାଁ ମୁଣ୍ଡାଳ ଛକରେ ଆଜି ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ଓ ଆଶାୟୀଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି।

ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଚଳିତ ନିର୍ବାଚନରେ ଜଗତସିଂହପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଯାହାକୁ ଟିକେଟ୍‌ ଆଶାୟୀ ଅମରେନ୍ଦ୍ର ଦାଶ ବିରୋଧ କରିଆସୁଛନ୍ତି। ତେବେ ଆଜି ପ୍ରଥମ ଥର ପାଇଁ ପ୍ରଶାନ୍ତ ମୁଦୁଲିଙ୍କ ସମର୍ଥକଙ୍କ ସହ ଏକ ରାଲିରେ ନାଉଗାଁ ଯାଉଥିଲେ। ମୁଣ୍ଡାଳ ଛକଠାରେ ଅମରେନ୍ଦ୍ରଙ୍କ ସମର୍ଥକ ପ୍ରଶାନ୍ତଙ୍କ ଗାଡ଼ି ଆଗକୁ ଆସି କଳା ପତାକା ଦେଖାଇବା ସହ ‘ପ୍ରଶାନ୍ତ ମୁଦୁଲି ଗୋ ବ୍ୟାକ୍‌’ ନାରା ଦେଇଥିଲେ।

ଅମରେନ୍ଦ୍ରଙ୍କ ସମର୍ଥକଙ୍କ ଏପରି କାର୍ଯ୍ୟକୁ ପ୍ରଶାନ୍ତଙ୍କ ସମର୍ଥକ ବିରୋଧ କରିଥିଲେ। ପ୍ରଥମେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ପରେ ପ୍ରଶାନ୍ତଙ୍କ ସମର୍ଥକ ବାଉଁଶ ଧରି ବିରୋଧୀ ଗୋଷ୍ଠୀର ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି। କିଛି କ୍ଷଣ ପାଇଁ ଘଟଣାସ୍ଥଳ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଶେଷରେ ଅମରେନ୍ଦ୍ରଙ୍କ ସମର୍ଥକ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ।

ସୂଚନାରୁ ପ୍ରକାଶ, ଜଗତସିଂହପୁର ବିଧାନସଭା ଆସନରୁ ଅମରେନ୍ଦ୍ର ଦାଶ ବିଜେଡିରୁ ପ୍ରାର୍ଥୀ ହେବାକୁ ଚାହୁଁଥିଲେ। ମାତ୍ର ବିଜେଡି ଅମରେନ୍ଦ୍ରଙ୍କ ପରିବର୍ତ୍ତେ ପ୍ରଶାନ୍ତଙ୍କୁ ପ୍ରାର୍ଥୀ କରିଛି। ଯାହାକୁ ଅମରେନ୍ଦ୍ର ଓ ତାଙ୍କ ସମର୍ଥକ ବିରୋଧ କରିଆସୁଛନ୍ତି। ପ୍ରାର୍ଥୀ ଘୋଷଣା ପରଠାରୁ ଅମରେନ୍ଦ୍ର ସଭା ଓ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଆସୁଛନ୍ତି। ଜଗତସିଂହପୁର ବିଜେଡି ସଭାପତି ଓ ରାଜ୍ୟର ବରିଷ୍ଠ ନେତାମାନେ ଅମରେନ୍ଦ୍ରଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ଏଥିରେ ସେ ରାଜି ନହୋଇ ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଆସୁଥିଲେ।

ଦେଖିବାକୁ ଗଲେ ଜଗତସିଂହପୁର ଜିଲ୍ଲା ରାଜନୀତି ସବୁବେଳେ ଚର୍ଚ୍ଚାରେ ରହିଥାଏ। ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ ଯେତେବେଳେ ବିଜେଡିରେ ଥିଲେ, ସେତେବେଳେ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ବିଷ୍ଣୁ ଚରଣ ଦାସଙ୍କ ସହିତ ତାଙ୍କର ସବୁବେଳେ କଥାକଟାକଟି ଲାଗି ରହିଥାଏ। ଯାହାକୁ ନେଇ ଜଗତସିଂହପୁର ରାଜନୀତି ସବୁବେଳେ ସରଗରମ ରହିଥାଏ। ଏବେ ଏଥିରେ ପ୍ରଶାନ୍ତ ମୁଦୁଲି ବନାମ ଅମରେନ୍ଦ୍ର ଦାଶଙ୍କ କଳି ଯୋଡ଼ି ହୋଇଯାଇଥିବା ଜିଲ୍ଲାରେ ଆଲୋଚନା ହେଉଛି।



from Odisha Reporter http://bit.ly/2uPKMna

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages