
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ତା’ର ସବୁ ଖେଳାଳିଙ୍କୁ ୪ଦିନ ପାଇଁ ବ୍ରେକ୍ ଦେଇଛି। ଏହା ମଧ୍ୟରେ ସେମାନେ ନିଜ ପରିବାର ସହ ସମୟ ବିତାଇବା ସହ କିଛି ଦିନ ଆରାମ ମଧ୍ୟ କରିବେ। ଆଇପିଏଲର ଠିକ୍ ପରେ ୱାର୍ଲ୍ଡ କପ୍ ଆରମ୍ଭ ହେବ।
ତେଣୁ ଏହି ମହାକୁମ୍ଭ ପାଇଁ ଭାରତୀୟ ଖେଳାଳିମାନଙ୍କୁ ମାନସିକ ଭାବେ ପ୍ରସ୍ତୁତ ହେବା ଦରକାର। ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଥିବା ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମ୍ରା ଆଗାମୀ ୱାର୍ଲ୍ଡ କପରେ ଭାରତୀୟ ଟିମ୍ ପକ୍ଷରୁ ଖେଳିବେ।
ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୁହାଯାଇଛି ଯେ, ‘ଖେଳାଳି ହେଉଛନ୍ତି ଆମର ମୁଖ୍ୟ ପ୍ରାଥମିକତା। ସେମାନେ ଯାହା ଚାହିଁବେ, ତାହା କରିପାରିବେ। ଆମେ ସେମାନଙ୍କ ଉପରେ କୌଣସି ଚାପ ପକାଇବାକୁ ଚାହୁଁନାହିଁ।’
ସୂଚନାଯୋଗ୍ୟ, ମୁମ୍ବାଇ ତା’ର ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ୨୫ ତାରିଖରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ପାଇଁ କିଛି ବିଦେଶୀ ଖେଳାଳି ସିଧା ଚେନ୍ନାଇ ଗସ୍ତ କରିଛନ୍ତି ଏବଂ ସେଠାରେ ସେମାନେ ନିଜ ପରିବାର ସହ ଛୁଟି ମନାଉଛନ୍ତି।
from Odisha Reporter http://bit.ly/2vg070i
No comments:
Post a Comment