ଏଥର ଅଭିନେତ୍ରୀ, ଡାକ୍ତର, ଇଞ୍ଜିନିୟର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଏଥର ଅଭିନେତ୍ରୀ, ଡାକ୍ତର, ଇଞ୍ଜିନିୟର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି। ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। କଟକ, ଭୁବନେଶ୍ୱର, ଢେଙ୍କାନାଳ, କେଉଁଝର, ପୁରୀ, ସମ୍ୱଲପୁରରେ ହେବାକୁ ଯାଉଛି ମତଦାନ। ଏହି ସମସ୍ତ ଲୋକସଭା ଆସନ ଅଧିନରେ ରହିଛି ୪୨ଟି ବିଧାନସଭା ଆସନ।ଏହି ୪୨ ଆସନରେ ୩୫୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରେ ୩୭ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଆସନ୍ତୁ ଜାଣିବା ତିନି ପ୍ରମୁଖ ଦଳର ମହିଳା ପ୍ରାର୍ଥୀଙ୍କ ବିଷୟରେ।

ଏସବୁ ଆସନରେ ସବୁ ଦଳ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଇଛନ୍ତି। ସେଥିରେ କିଛି ନୂଆ ମୁହଁ ଥିବା ବେଳେ କିଛି ପୁରୁଣା ରହିଛନ୍ତି। ସମସ୍ତେ ନିଜ ନିଜ ଅନଭୂତି, ଅଭିଜ୍ଞତାକୁ ନେଇ ଭୋଟରଙ୍କୁ ନିଜ ଆଡକୁ ଟାଣୁଛନ୍ତି। ତେବେ ଭୋଟର ଏମାନଙ୍କୁ କେତେ ଭରସା କରିବେ  ତାହା ସମୟ କହିବ। ଏହା ପୂର୍ବରୁ ଆସନ୍ତୁ ଜାଣିବା ଏହି ମହିଳା ପ୍ରାର୍ଥୀଙ୍କ ବିଷୟରେ କିଛି।

ଓଲିଉଡ୍‌ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଏଥର ନିର୍ବାଚନରେ ବିଜେପି ଉତ୍ତର ଭୁବନେଶ୍ୱରରୁ ପ୍ରାର୍ଥୀ କରିଛି। ପୂର୍ବରୁ ଏହି ଆସନରେ ବିଜେଡିରୁ ପ୍ରିୟଦର୍ଶୀ ମିଶ୍ର ଜିତି ବିଧାୟକ ହୋଇଥିଲେ। କିନ୍ତୁ ଏଥର ପ୍ରିୟଦର୍ଶୀଙ୍କୁ ପ୍ରାର୍ଥୀ ନ କରି ବିଜେଡି ନୂଆ ମୁହଁ ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀ କରିଛି। ଅପରାଜିତା ମହାନ୍ତିଙ୍କ ବିପକ୍ଷରେ କଂଗ୍ରେସରୁ ଇତିଶ ପ୍ରଧାନ ଓ ବିଜେଡିରୁ ସୁଶାନ୍ତ ରାଉତ ରହିଛନ୍ତି। ଓଲିଉଡ୍‌ ଜଗତରେ ଏକ ଚର୍ଚ୍ଚିତ ଅଭିନେତ୍ରୀ ଭାବରେ ଜଣାଶୁଣା ଅପରାଜିତା ରାଜନୀତିରେ ନୂଆ ନୁହଁନ୍ତି। ଗତ ନିର୍ବାଚନରେ ସେ କଂଗ୍ରେସରୁ ଟିକଟ ପାଇ କଟକ ସାଂସଦ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେ ବିଜୟୀ ହୋଇ ପାରିନଥିଲେ। ତେଣୁ ଚଳିତ ନିର୍ବାଚନରେ ବିଜେପିରେ ମିଶିବା ପରେ ସେ ଉତ୍ତର ଭୁବନେଶ୍ୱରର ପ୍ରାର୍ଥୀ ହୋଇଛନ୍ତି।

କଂଗ୍ରେସ ଏକାମ୍ର ଭୁବନେଶ୍ୱରର ପ୍ରାର୍ଥୀ ଭାବରେ ରଶ୍ମୀରେଖା ମହାପାତ୍ରଙ୍କୁ ଚୟନ କରିଛି। ତେବେ ରଶ୍ମୀରେଖା ରାଜନୀତିରେ ନୂଆ ନୁହଁନ୍ତି। ରଶ୍ମୀରେଖା ନିର୍ବାଚନରେ ଜିତିଲେ ସେ ଏକାମ୍ର ନିର୍ବାଚନ ମଣ୍ଡଳୀର ଉନ୍ନତି କରିବେ ବୋଲି ଆଶାବାଦୀ ଅଛନ୍ତି।

ଖୋର୍ଦ୍ଧାରୁ ବିଧାୟିକା ପ୍ରାର୍ଥୀ ଭାବରେ ସ୍ୱାଗତିକା ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଲୋକଙ୍କ ସେବା କରିବା ସହ ଅବହେଳିତ ହୋଇ ପଡ଼ି ରହିଥିବା ଖୋର୍ଦ୍ଧାର ବିକାଶ କରିବା ପାଇଁ ଆଶା ରଖିଛନ୍ତି ସ୍ୱାଗତିକା।

ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ହେଉଛନ୍ତି ସୀମାରାଣୀ ନାୟକ। ସୀମା ଦ୍ୱିତୀୟ ଥର ପାଇଁ ହିନ୍ଦୋଳ ବିଧାନସଭା ଆସନର ପ୍ରାର୍ଥୀ ହୋଇଛନ୍ତି। ସେ ଜଣେ ଜଣାଶୁଣା ରାଜନେତା। ୨୦୧୪ ନିର୍ବାଚନରେ ସେ ୫୦ ହଜାରରୁ ଅଧିକ ଭୋଟରେ ଜିତି ବିଧାୟିକା ହୋଇଥିଲେ।

ଢ଼େଙ୍କାନାଳ ଲୋକସଭା ଆସନରେ ଥିବା ପରଜଙ୍ଗ ବିଧାନସଭା ଆସନ ପାଇଁ କଂଗ୍ରେସ ଯଶସ୍ୱିନୀ ରାଉତଙ୍କୁ ପ୍ରାର୍ଥୀ କରିଛି। ଯଶସ୍ୱିନୀ ରାଜନୀତିରେ ଜଣେ ନୂଆ ମୁହଁ ହେଲେ ମଧ୍ୟ ଗତ ନିର୍ବାଚନରେ ତାଙ୍କ ସ୍ୱାମୀ ସନ୍ତୋଷ ରାଉତଙ୍କୁ କଂଗ୍ରେସରୁ ଟିକଟ ମିଳିଥିଲା। କିନ୍ତୁ ସେ ବିଜୟୀ ହୋଇପାରିନଥିଲେ। ଏଥର ଯଶସ୍ୱିନୀଙ୍କୁ ଏହି ଆସନରୁ କଂଗ୍ରେସ ଟିକଟ ଦେଇଛି। ତେବେ କେବଳ ଦେଖିବାକୁ ବାକି ରହିଲା ସ୍ୱାମୀଙ୍କ ପରି ଯଶସ୍ୱିନୀ ପରାଜୟର ସ୍ୱାଦ ଚାଖିବେ ନା ବିଜୟ ମୁକୁଟ ପିନ୍ଧିବେ।

ଚମ୍ପୁଆ ବିଧାନସଭାରୁ ମୀନାକ୍ଷୀ ଅମାନ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ମୀନାକ୍ଷୀ ବିଜେଡିର ଜଣେ ନୂଆ ମୁହଁ। ଚମ୍ପୁଆକୁ ସନା ମହାକୁଡ଼ଙ୍କର ଗଡ଼ କହିଲେ ଚଳେ। ଏଥର ନିଜେ ଠିଆ ନ ହୋଇ ବିଜେଡିରେ ପ୍ରାର୍ଥୀ ଦେଇଛନ୍ତି। ମିନାକ୍ଷୀ ହେଉଛନ୍ତି ସନାଙ୍କ ସମର୍ଥିତ ପ୍ରାର୍ଥୀ।  ତେଣୁ ବିଜେଡି ଭୋଟ ସହ ସନାଙ୍କ ସମର୍ଥନ ପାଇ ସେ ନିର୍ବାଚନ ବୈତରଣୀ ପାର ହେବେ ବୋଲି ଆଶା ରଖିଛନ୍ତି।

ପୁରୀ ଲୋକସଭା ଆସନ ଅଧିନରେ ଥିବା ରଣପୁର ବିଧାନସଭା ଆସନ ପାଇଁ ବିଜେପି ସୁଷମା ପାଢ଼ୀଙ୍କୁ ପ୍ରାର୍ଥୀ କରିଛି। ତେବେ ରାଜନୀତି ସୁଷମା ସମ୍ପୂର୍ଣ୍ଣ ଭାବରେ ନୂଆ ମୁହଁ। ଏହି ନୂଆ ଚେହେରା ରଣପୁରବାସୀଙ୍କ ଉପରେ କେମିତି ପ୍ରଭାବ ପକାଇବ, ତାହା ଆଗାମୀ ଦିନରେ ଜଣାପଡ଼ିବ।

ନୟାଗଡ଼ରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଇରାନୀ ରାୟ। ନୟାଗଡ଼ରେ ଅରୁଣ ସାହୁଙ୍କର ଦବ୍‌ଦବା ରହିଛି। ଅରୁଣ ନୟାଗଡ଼ରେ ତିନି ତିନି ଥର ଜିତି ବିଧାୟକ ରହିଛନ୍ତି। ଚଳିଚ ନିର୍ବାଚନରେ ଇରାନୀ ବିଜେଡିର ହେଭି ୱେଟ୍‌ ଅରୁଣ ସାହୁଙ୍କୁ ଟକ୍କର ଦେବାକୁ ଯାଉଛନ୍ତି। ଯଦିଓ ଇରାନୀ ରାୟ ରାଜନୀତିରେ ନୂଆ କିନ୍ତୁ ତାଙ୍କର ସ୍ୱାମୀ ଲାଲା ମନୋଜ ରାୟ କଂଗ୍ରେସ ନେତା ଥିଲେ। କିନ୍ତୁ ଲୁଲୁ ମହାପାତ୍ରଙ୍କର ଦେହାନ୍ତ ପରେ ରାଜନୀତିରୁ ଅବସର ନେବାକୁ ଚାହିଁଥିଲେ। ସ୍ୱାମୀଙ୍କର ମନୋବଳକୁ ଦୃଢ଼ କରିବା ପାଇଁ ଇରାନୀ ବିଜେପିରେ ମିଶି ଏଥର ନୟାଗଡ଼ ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନ କେବଳ ଦେଖିବାକୁ ବାକି ରହିଲା ତିନି ଥର ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ଇରାନୀ କିପରି ମାତ୍‌ ଦେଉଛନ୍ତି।

ପୁରୀ ଲୋକସଭା ଅଧିନରେ ଥିବା ନୟାଗଡ଼ ଜିଲ୍ଲାର ରଣପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଶୁଭଶ୍ରୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। ଆଗାମୀ ନିର୍ବାଚନରେ ଜିତିଲେ ଶୁଭଶ୍ରୀ ରଣପୁରରେ ଅପହଞ୍ଚ ହୋଇଥିବା ବିକାଶକୁ ଆଗକୁ ନେବେ ବୋଲି ଆଶାବାଦୀ ଅଛନ୍ତି।

ସମ୍ୱଲପୁର ବିଧାନସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ। ତାଙ୍କ ସହିତ ଟକ୍କର ଦେଉଛନ୍ତି ଜୟ ନାରାୟଣ ମିଶ୍ର ଓ କଂଗ୍ରେସରୁ ଡ. ଅଶ୍ୱିନୀ ପୂଜାରୀ। ତେବେ ରାଜନୀତିରେ ରାସେଶ୍ୱରୀ ଜଣେ ପୁରୁଣା ନେତା। ଗତଥର ନର୍ବାଚନ ଲଢି ସେ ବିଜୟୀ ହୋଇଥିଲେ। ତାଙ୍କର ଇମେଜ ମଧ୍ୟ ଏଠାରେ ଭଲ ଅଛି।

ରେଙ୍ଗାଲୀ ବିଧାନସଭା ଆସନ ପାଇଁ ଚଳିତ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ରୀନା ତନ୍ତି। ରୀନାଙ୍କର ଶିକ୍ଷାଗତ ଯୋଗ୍ୟତା ଦେଖିଲେ ସେ ଜଣେ ଇଞ୍ଜିନିୟର। ସମସ୍ତଙ୍କୁ ସାଙ୍ଗରେ ନେଇ ନିର୍ବାଚନୀ ବୈତରଣୀ ପାର ହେବା ସହିତ ବଡ଼ ବ୍ୟବଧାନରେ ବିଜୟୀ ହେବେ।

ଛେଣ୍ଡିପଦା ବିଧାନସଭା ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ଇ. ସସ୍ମିତା ବେହେରା। ଆଗାମୀ ନିର୍ବାଚନରେ ବିଜୟୀ ହେଲେ ସେ ଛେଣ୍ଡିପଦାର ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି ଆଶାବାଦୀ ଅଛନ୍ତି।

ସେହିପରି କେନ୍ଦୁଝର ଲୋକସଭା ଆସନ ଅଧୀନରେ ଥିବା କରଞ୍ଜିଆ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କରିଛି ବାସନ୍ତୀ ହେମ୍ରମଙ୍କୁ

 



from Odisha Reporter http://bit.ly/2Pn6MPL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages