
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତ୍ରୀ ତଥା ଆମେଠିରୁ ନିର୍ବାଚନ ଲଢ଼ୁଥିବା ସ୍ମୃତି ଇରାନୀଙ୍କୁ ଆଜି ସୁପ୍ରିମକୋର୍ଟ ନୋଟିସ୍ ପଠାଇଛନ୍ତି। କଂଗ୍ରେସ ନେତା ସଞ୍ଜୟ ନିରୁପମ ଓ ସ୍ମୃତି ଇରାନୀ ପରସ୍ପର ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ତପୀଠ ସଞ୍ଜୟ ନିରୁପମ୍ଙ୍କ ଆବେଦନ ଗ୍ରହଣ କରିବା ସହ ସ୍ମୃତି ଇରାନୀଙ୍କୁ ନୋଟିସ୍ କରିଛନ୍ତି।
ସ୍ମୃତି ଇରାନୀ ୨୦୧୩ରେ ସଞ୍ଜୟ ନିରୁପମ୍ଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ଏହାକୁ ରଦ୍ଦ କରିବାକୁ ସଞ୍ଜୟ ନିରୁପମ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ ସଞ୍ଜୟ ନିରୁପମ୍ ପ୍ରଥମେ ଆବେଦନ କରିଥିଲେ। ତେବେ ଏହାକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରି ନଥିଲେ। ବରଂ ସ୍ମୃତି ଇରାନୀଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ। ଗତବର୍ଷ ଡିସେମ୍ବର ମାସରେ କୋର୍ଟ ସଞ୍ଜୟ ନିରୁପମ୍ଙ୍କ ବିରୋଧରେ ମାମଲା ଚାଲିବ ବୋଲି କହିଥିଲେ।
୨୦୧୨ ମସିହା ଡିସେମ୍ବର ୨୦ରେ ଉଭୟ ସ୍ମୃତି ଓ ସଞ୍ଜୟ ଏକ ଟିଭି ଶୋ’ରେ ଭାଗ ନେଇଥିବା ବେଳେ ପରସ୍ପର ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ କେନ୍ଦ୍ର କରି ଉଭୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ତଳ କୋର୍ଟ କେବଳ ସ୍ମୃତିଙ୍କ ଆବେଦନ ଗ୍ରହଣ କରିଥିଲେ। ଏବେ ସୁପ୍ରିମକୋର୍ଟ ସଞ୍ଜୟ ନିରୁପମଙ୍କ ଆବେଦନ ଗ୍ରହଣ କରିଛନ୍ତି।
from Odisha Reporter http://bit.ly/2PnQUN1
No comments:
Post a Comment