
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ତ୍ତ ସଚିବରୁ ରାଜନୀତିକୁ ଲମ୍ଫ ପ୍ରଦାନ କରିଥିବା ଇଞ୍ଜିନିୟର ନଳିନୀ ପ୍ରଧାନ ଏବେ ବିଜେଡିରେ ନିଜର ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇଛନ୍ତି। ସମ୍ବଲପୁରରୁ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଥିବା ଶ୍ରୀ ପ୍ରଧାନଙ୍କ ଚାପରେ ବିଜେଡି ନେତୃତ୍ୱ ଆଜି ପାଲଲହଡ଼ା ଓ ଆଠମଲ୍ଲିକ ଆସନ ପାଇଁ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ନଳିନୀ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହେବାଦିନ ହିଁ ନିଜର ଘନିଷ୍ଠ ସହଯୋଗୀ ଅବସରପ୍ରାପ୍ତ ଓଏଏସ୍ ରମେଶ ଚନ୍ଦ୍ର ସାଏଙ୍କୁ ଦଳରେ ମିଶାଇଥିଲେ। ଆଉ ରମେଶଙ୍କୁ ଦଳୀୟ ଟିକେଟ୍ ଦେବା ପାଇଁ ସେ କ୍ରମାଗତ ଚାପ ସୃଷ୍ଟି କରି ଆସୁଥିଲେ। ନଳିନୀ ସମ୍ବଲପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଦୀର୍ଘଦିନ ଧରି ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଏପରିକି ରମେଶଙ୍କୁ ଆଠମଲ୍ଲିକରୁ ଟିକେଟ ନମିଳିଲେ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ। ଯଦିଓ ଆଠମଲ୍ଲିକ ବିଧାନସଭା ଆସନଟି ଅଣସଂରକ୍ଷିତ ତଥାପି ନଳିନୀଙ୍କୁ ଖୁସି କରିବା ପାଇଁ ବିଜେଡି ସେଠାରେ ଅନୁସୂଚିତ ଜନଜାତି ବର୍ଗର ଶ୍ରୀ ସାଏଙ୍କୁ ପ୍ରାର୍ଥୀ କରିଥିବା ଜଣାପଡ଼ିଛି।
ନଳିନୀଙ୍କୁ ଖୁସି କରିବାକୁ ବିଜେଡିର ଏହି ପଦକ୍ଷେପ ଏବେ ଦଳକୁ ସମ୍ବଲପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ କିଛି ବିଧାନସଭା ଆସନରେ ଗୋଷ୍ଠୀକନ୍ଦଳକୁ ତୀବ୍ରତର କରାଇଛି। ବରିଷ୍ଠ ନେତା ନଗେନ୍ଦ୍ର ପ୍ରଧାନ ଓ ସଞ୍ଜିବ ସାହୁ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିବାରୁ ସେମାନେ ଅନ୍ୟ ଦଳକୁ ଡ଼ିଆଁ ମାରିବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି।
from Odisha Reporter https://ift.tt/2I2BhZE
No comments:
Post a Comment