
ନୂଆଦିଲ୍ଲୀ: ଭାରତୀୟ ଖୋ-ଖୋ ମହାସଂଘ (କେକେଏଫ୍ଆଇ) ମଙ୍ଗଳବାର ଫ୍ରାଞ୍ଚାଇଜି ଆଧାରିତ ଲିଗ୍ ଅଲଟିମେଟ୍ ଖୋ-ଖୋ ଲଞ୍ଚ୍ କରିଛି। କେକେଏଫ୍ଆଇ ଡାବର ଇଣ୍ଡିଆ ଲିମିଟେଡ ସହ ମିଶି ଆଇପିଏଲର ଆଧାରରେ ଏହି ୨୧ ଦିନିଆ ଲିଗର ଆୟୋଜନ କରିବ, ଯେଉଁଥିରେ ଡବଲ ରାଉଣ୍ଡ ରବିନ୍ ଫର୍ମାଟ ଅନୁଯାୟୀ ୮ଟି ଫ୍ରାଞ୍ଚାଇଜି ଟିମ ମୋଟ ୬୦ ମ୍ୟାଚ୍ ଖେଳିବ।
ଖେଳାଳିମାନଙ୍କ ପ୍ରାରମ୍ଭିକ ଡ୍ରାଫ୍ଟରେ ଭାରତ ବ୍ୟତୀତ ଇଂଲଣ୍ଡ, ଦକ୍ଷିଣ କୋରିଆ, ଇରାନ, ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ସମେତ ବିଶ୍ୱର ଅନେକ ଖେଳାଳି ୮ ଫ୍ରାଞ୍ଚାଇଜି ପାଇଁ ଉପଲବ୍ଧ ରହିବେ। ପ୍ରତି ଟିମରେ ୧୨ ଜଣ ଲେଖାଏ ଖେଳାଳି ରହିବେ, ଯେଉଁଥିରୁ ୯ଜଣ ମଇଦାନକୁ ଓହ୍ଲାଇବେ ଏବଂ ତିନିଜଣ ଅତିରିକ୍ତ ରହିବେ।
ଏ ନେଇ କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି, ଏହି ଲିଗ୍ ଭାରତୀୟ କ୍ରୀଡ଼ାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ।’ ସେହିପରି ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍ ସେକ୍ରେଟାରୀ ଜେନେରାଲ ଏବଂ କେକେଏଫଆଇର ଚେୟାରମ୍ୟାନ୍ ରାଜୀବ ମେହଟା କହିଛନ୍ତି, ୨୦୧୭ରେ ଖୋ-ଖୋ ଲିଗ୍ ଆୟୋଜନ ନେଇ ମୁଁ ଯୋଜନା କରିଥିଲି। ଆଜି ଏହା ବାସ୍ତବରେ ରୂପାନ୍ତରିତ ହୋଇଛି। ବର୍ତ୍ତମାନ ଏହି କ୍ରୀଡ଼ାକୁ ଲୋକପ୍ରିୟ କରାଇବା ଆମର ମୂଳ ଲକ୍ଷ୍ୟ ବୋଲି ରାଜୀବ କହିଛନ୍ତି।
from Odisha Reporter https://ift.tt/2Ud6y3m
No comments:
Post a Comment