ଓମାନ ଓ ଆମେରିକାକୁ ଦିନିକିଆ କ୍ରିକେଟ ପାଇଁ ମାନ୍ୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ଓମାନ ଓ ଆମେରିକାକୁ ଦିନିକିଆ କ୍ରିକେଟ ପାଇଁ ମାନ୍ୟତା

ଲଣ୍ଡନ: ଓମାନ ଓ ଆମେରିକା କ୍ରିକେଟ୍‌ ଟିମ୍‌କୁ ଆଇସିସି ପକ୍ଷରୁ ଦିନିକିଆ ମାନ୍ୟତା ମିଳିଛି। ଆମେରିକା କ୍ରିକେଟ୍‌ ଟିମ୍‌କୁ ଦିନିକିଆ ମାନ୍ୟତା ମିଳିବା ଦେଶର ଇତିହାସରେ ପ୍ରଥମ ଘଟଣା। ଆମେରିକା ଟିମ୍‌ ବୁଧବାର ହଂକଂକୁ ବିଶ୍ୱ କ୍ରିକେଟ୍‌ ଲିଗ୍‌ ଡିଭିଜନ୍‌ ୨ରେ ୮୪ ରନ୍‌ରେ ପରାସ୍ତ କରିବା ପରେ ଏଭଳି ମାନ୍ୟତା ହାସଲ କରିଛି। ଓମାନ ତା’ର କ୍ରମାଗତ ୩ଟି ମ୍ୟାଚ୍‌ରେ ବିଜୟୀ ହେବାରୁ ଆଇସିସି ପକ୍ଷରୁ ଉକ୍ତ ଦଳକୁ ମଧ୍ୟ ଆଇସିସି ମାନ୍ୟତା ମିଳିଛି।

ଆମେରିକା ଏହି ଲିଗ୍‌ରେ ପ୍ରଥମ ମ୍ୟାଚ୍‌ରେ ଓମାନଠାରୁ ୬ ୱିକେଟ୍‌ରେ ପରାସ୍ତ ହୋଇଥିଲା। ଏହାପରେ ଦଳ ଜବରଦସ୍ତ କମ୍‌ବ୍ୟାକ୍‌ କରିଥିଲା। ଆମେରିକା ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ନାମ୍ବିଆକୁ ୨ ରନ୍‌, ପପୁଆ ନ୍ୟୁ ଗିନିକୁ ୧୦ ୱିକେଟ୍‌ ଓ ହଂକଂକୁ ୮୪ ରନ୍‌ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଓମାନ ପ୍ରତିପକ୍ଷ ଆମେରିକା, କ୍ୟାନାଡା ଓ ହଂକଂକୁ ପରାସ୍ତ କରିଛି।

ଏଭଳି ଦିନିକିଆ ମାନ୍ୟତା ମିଳିବାରୁ ଆମେରିକା ଏବଂ ଓମାନ ଏବେ ସ୍କଟଲ୍ୟାଣ୍ଡ, ନେପାଲ ଓ ୟୁଏଇ ସହ ଲିଗ୍‌ ମ୍ୟାଚ ଖେଳିବେ। ଏହି ଦଳଗୁଡ଼ିକ ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ପରସ୍ପର ସହ ମୋଟ ୩୬ଟି ଦିନିକିଆ ମ୍ୟାଚ୍‌ ଖେଳିବେ ବୋଲି ଜଣାପଡ଼ିଛି ।



from Odisha Reporter http://bit.ly/2Gynyat

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages