ଆସୁଛି ବାତ୍ୟା ‘ଫନି’, ଏପ୍ରିଲ ୩୦ରେ ଛୁଇଁପାରେ ସ୍ଥଳଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ଆସୁଛି ବାତ୍ୟା ‘ଫନି’, ଏପ୍ରିଲ ୩୦ରେ ଛୁଇଁପାରେ ସ୍ଥଳଭାଗ

ନୂଆଦିଲ୍ଲୀ: ଚଳିତ ମାସର ଶେଷ ଭାଗ ବେଳକୁ ଆସୁଥିବା ବାତ୍ୟା ପାଇଁ ତାମିଲନାଡ଼ୁରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏପ୍ରିଲ ୩୦ ବା ମେ ୧ ତାରିଖରେ ଏହା ସ୍ଥଳଭାଗ ଛୁଇଁବାର ଆଶଙ୍କା କରାଯାଉଛି। ତାମିଲନାଡ଼ୁର ଉତ୍ତର ଉପକୂଳରେ ଲଗାତାର ୨ ଦିନ ଧରି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।

ଆସନ୍ତା ସପ୍ତାହରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର କୁହାଯାଇଛି, ଘୂର୍ଣ୍ଣିବଳୟ ଶକ୍ତିଶାଳୀ ହେବାପରେ ଏହା ବର୍ତ୍ତମାନ ଲଘୁଚାପ ଅଞ୍ଚଳ ସୃଷ୍ଟି କରିଛି। ଏହି ବଳୟ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଜଣାପଡ଼ିଛି ଏବଂ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳ ଦେଇ ସମାନ୍ତରାଳ ଭାବରେ ଗତି କରିବ। ଏହା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡ଼କୁ ମୁହାଁଇବ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ତାମିଲନାଡ଼ୁ ଏବଂ ପୁଡୁଚେରୀର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଘଡ଼ଘଡ଼ି ଓ ବିଜୁଳି ସହିତ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ କରାଯାଇଛି।



from Odisha Reporter http://bit.ly/2UUoLmL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages