ପ୍ରଦୀପ ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ପ୍ରଦୀପ ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟ ଆଜି ତାଙ୍କୁ ୫୦ ହଜାର ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ଦେଇଛନ୍ତି। ଏଥିପାଇଁ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ତଦନ୍ତରେ ସହଯୋଗ କରିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ଜାମିନରେ ସର୍ତ୍ତ ରଖିଛନ୍ତି କୋର୍ଟ।
ଫ୍ଲାଇଂ ସ୍କ୍ୱାଡର ମାଜିଷ୍ଟ୍ରେଟ୍ ଓ ଅନ୍ୟ ସଦସ୍ୟଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଦୀପ ମହାରଥୀଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସ ତାଙ୍କ ବିରୋଧରେ ଦଫା ୩୦୭ (ହତ୍ୟାପାଇଁ ଉଦ୍ୟମ)ରୁ ଆରମ୍ଭ କରି ୩୫୩, ୩୪୧, ୩୩୨, ୧୪୭,୧୪୮,୧୪୯ ଦଫା ଲଗାଇଥିଲା। ଏଥିସହ ୧୭୧ ବି ,୧୮୬ ଓ ଏବଂ ଲୋକ ପ୍ରତିନିଧି ଆଇନ ୧୨୩ରେ ମାମଲା ମଧ୍ୟ ରୁଜୁ କରିଥିଲା ପୁଲିସ।
ଗିରଫ ପରେ ମହାରଥୀଙ୍କୁ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମେଡ଼ିକାଲ୍‌ରେ ଚିକିତ୍ସା ହେଉଛନ୍ତି।



from Odisha Reporter http://bit.ly/2VmHwP9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages