
ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ-ପିଠାଗୋଳା ରାସ୍ତାର ପାନକି ଘାଟିରେ ଏକ ମିନି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତ ହେଉଛନ୍ତି ମହିଳା। ସେମାନଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ହାତ ଭାଙ୍ଗି ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ତେଲକୋଇ ବ୍ଲକ୍ ଅନ୍ତର୍ଗତ କୁଲାଡ଼ରା ଗାଁରେ ଏକ ବାହାଘର ହୋଇଥିଲା। ଆଜି ଗାଁର ୩୦ରୁ ୩୫ ଜଣ ମହିଳା ଓ ପୁରୁଷ ଏକ ମିନି ଟ୍ରକ୍ରେ ଝିଅକୁ ଛାଡ଼ିବାକୁ ହରିଚନ୍ଦନପୁର ବ୍ଲକ୍ର କପ୍ତିପଦା ଗାଁକୁ ଯାଉଥିଲେ। ତେବେ ପାନକି ଘାଟିର ଶେଷ ଉଠାଣିରେ ମିନି ଟ୍ରକ୍ଟି ଉଠି ନପାରି ତଳକୁ ଗଡ଼ି ଯାଇଥିଲା ଓ ଏକ ଖାଲରେ ପଶି ଯାଇଥିଲା। ଡ୍ରାଇଭର ବ୍ରେକ୍ ଦେଇ ଗାଡ଼ିକୁ ଅଟକାଇବାକୁ ପ୍ରୟାସ କରିଥିଲେ। ତେବେ ସେହି ସମୟରେ ବ୍ରେକ୍ ବି ଫେଲ୍ ମାରିଥିଲା।
ଖାଲରେ ପଶି ଗାଡ଼ିଟି ଅଟକି ଯିବାରୁ ବଡ଼ ବିପଦ ଟଳି ଗଲା। ନହେଲେ ପରିଣାମ ଭୟଙ୍କର ହୋଇଥାଆନ୍ତା ବୋଲି କୁହାଯାଉଛି।
from Odisha Reporter http://bit.ly/2L8EU3d
No comments:
Post a Comment