ରୋହିତ ତିଓ୍ୱାରୀ ହତ୍ୟା ଘଟଣା, ସିବିଆଇ ତଦନ୍ତ ଦାବି କଲା ଅପୂର୍ବାଙ୍କ ପରିବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ରୋହିତ ତିଓ୍ୱାରୀ ହତ୍ୟା ଘଟଣା, ସିବିଆଇ ତଦନ୍ତ ଦାବି କଲା ଅପୂର୍ବାଙ୍କ ପରିବାର

ନୂଆଦିଲ୍ଲୀ: ରୋହିତ ତିଓ୍ୱାରୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ତାଙ୍କ ଶ୍ୱଶୂର ଘର ଅର୍ଥାତ୍ ଅଭିଯୁକ୍ତ ଅପୂର୍ବାଙ୍କ ପରିବାର ଲୋକେ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ରୋହିତଙ୍କ ଅପକର୍ମ  ଲୁଚାଇବାକୁ ଯାଇ ରାଜନୀତିକ ଚାପରେ ସେମାନଙ୍କ ଝିଅ ଅପୂର୍ବାଙ୍କୁ  ଦିଲ୍ଲୀ କ୍ରାଇମବ୍ରାଞ୍ଚ ଗିରଫ କରିଛି।

ଅପୂର୍ବାଙ୍କ ମା’ ମଞ୍ଜୁଲତା, ବାପା ତଥା ବରିଷ୍ଠ ଆଇନଜୀବୀ ପିକେ ଶୁକ୍ଳା ଓ ଭାଇ ଆଶୁତୋଷ କହିଛନ୍ତି ଯେ ରୋହିତଙ୍କ ପରିବାର ଲୋକେ ହିଁ ଏହି ହତ୍ୟାକାଣ୍ଡ ପଛରେ ଅଛନ୍ତି। ମା’ ମଞ୍ଜୁଲତା କହିଛନ୍ତି ଯେ ରୋହିତ ପ୍ରତିଦିନ ସକାଳ ୯ଟାରୁ ୧୦ଟା ମଧ୍ୟରେ ଉଠି ଜଳଖିଆ ଖାଇଥାନ୍ତି ଏବଂ ଘରେ ନିୟୋଜିତ କର୍ମଚାରୀ ହିଁ ତାଙ୍କୁ ସବୁଦିନ ଜଳଖିଆ ପ୍ରସ୍ତୁତ କରି ଦିଅନ୍ତି। ତେବେ ଏପ୍ରିଲ ୧୬ ତାରିଖରେ ସେହି କର୍ମଚାରୀ ଜଣଙ୍କ ସକାଳ ଜଳଖିଆ କଥା ନବୁଝି କାହିଁକି ଅପରାହ୍ନ ୪ଟାରେ ରୋହିତଙ୍କ ରୁମକୁ ଯାଇଥିଲା ବୋଲି ଅପୂର୍ବାଙ୍କ ମା’ ମଞ୍ଜୁଲତା ପ୍ରଶ୍ନ କରିଛନ୍ତି।

ସେହିପରି ସମ୍ପର୍କୀୟ ଭାଇ ରାଜୀବଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ପୂର୍ବରୁ ଉଠିଥିବା ଅଭିଯୋଗକୁ ଜମି ଦେବା ନାଁରେ ଘୋଡ଼ାଇବା ପାଇଁ ରୋହିତ ଓ ଅପୂର୍ବାଙ୍କ ମଧ୍ୟରେ ଜାଣିଶୁଣି ବିବାଦ ସୃଷ୍ଟି କରାଯାଇଥିଲା ବୋଲି ବାପ ଘର ଲୋକେ କହିଛନ୍ତି।

ତେବେ ରୋହିତ ରାତିରେ ଶୋଇବା ପାଇଁ ନିଦ ଟାବଲେଟ ନିୟମିତ ଖାଇବା ଓ ତାଙ୍କର ଅନ୍ୟାନ୍ୟ ରୋଗ ସମ୍ପର୍କରେ ଅପୂର୍ବାଙ୍କ ବାପ ଘର ଲୋକେ ପୂର୍ବରୁ ଜାଣିନଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି।

ରୋହିତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ସହ ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆରସି) ଏବଂ ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ) ହସ୍ତକ୍ଷେପ କରିବା ପାଇଁ ସେମାନେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ ଏପ୍ରିଲ ୧୬ ତାରିଖରେ ରୋହିତ ତିଓ୍ୱାରୀଙ୍କ ମୃତ ଦେହ ଦକ୍ଷିଣ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର ହୋଇଥିଲା। ପ୍ରଥମେ ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଉଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରୋହିତଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଏହାପରେ ଏହି ହତ୍ୟାକାଣ୍ଡର ତଦନ୍ତ ଭାର ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ଦିଆଯିବା ପରେ ମାମଲାର ଅଭିଯୁକ୍ତ ଭାବେ ଅପୂର୍ବାଙ୍କୁ ଗିରଫ କରାଯାଇଛି।



from Odisha Reporter http://bit.ly/2L8kvLX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages