
ବିନିକା(ଓଡ଼ିଶା ରିପୋର୍ଟର):ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ବେଳେ ବଲାଙ୍ଗିର ଜିଲ୍ଲା ଆଗଲପୁର ଫଟାମୁଣ୍ଡାର ନିରଂଜନ ସାହୁଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ରାଲି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବସ୍ ଉପରକୁ ଅଣ୍ଡା ମାଡ଼ ନେଇ ପୁଲିସ କିଛି ଯୁବକଙ୍କୁ ଥାନାରେ ଅଟକ ରଖିଥିଲା ।
ଏମାନଙ୍କ ମଧ୍ୟରେ ନିରଞ୍ଜନ ବି ଥିଲେ। ଗତକାଲି ନିରଂଜନଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଡୁଙ୍ଗୁରିପାଲି ମେଡିକାଲକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସର ଅତ୍ୟଧିକ ମାଡ ଖାଇଥିବା ହେତୁ ନିରଞ୍ଜନଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରୁଛି।
from Odisha Reporter http://bit.ly/2UVXUGJ
No comments:
Post a Comment