
ଜଳେଶ୍ୱର(ଅଜିତ ଦାସ): ବସ୍ତା ନାଇକୁଡ଼ି ସରପଞ୍ଚଙ୍କ ସ୍ୱାମୀଙ୍କ କାର୍ରୁ୨ ଲକ୍ଷ ୩୫ ହଜାର ଟଙ୍କା ଜବତ କରାଯାଇଛି। ଫ୍ଲାଇଂ ସ୍କ୍ୱାଡ୍ ଏହି ଟଙ୍କା ଜବତ କରିଛି। ଗାଡ଼ିରୁ ନିର୍ଦ୍ଦିଷ୍ଟ ଦଳର ସାଂସଦ ପ୍ରାର୍ଥୀଙ୍କ ପୋଷ୍ଟର ମଧ୍ୟ ଜବତ କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଫ୍ଲାଇଂ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ସମୟରେ ଏକ କାର୍ ଉପରେ ସନ୍ଦେହ ହେବାରୁ କାରକୁ ଚେକିଂ କରାଯାଇଥିଲା ଓ ସେଥିରୁ ଏହି ଟଙ୍କା ଜବତ ହୋଇଥିଲା। ପୁଲିସ୍ ଗାଡ଼ିକୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2L1EqvT
No comments:
Post a Comment