
ୱାଶିଂଟନ୍: ହରିଣ ଖାଇବାକୁ ଆସିଥିବା ୧୭ ଫୁଟ୍ ଲମ୍ବର ଏକ ମହିଳା ଅଜଗରକୁ ଆମେରିକାର ସାପ ଧରାଳିମାନେ କାବୁ କରିବାରେ ସକ୍ଷମ ହୋଇଛନ୍ତି। ଏହି ଅଜଗରଟିର ଓଜନ ୬୪ କେଜି।
ଏଭଳି ବିରାଟକାୟ ଅଜଗର ଧରା ପଡ଼ିବା ଦକ୍ଷିଣ ଫ୍ଲରିଡାରେ ପ୍ରଥମ ଘଟଣା। ବିଗ ସାଇପ୍ରେସ ନ୍ୟାଶନାଲ ପ୍ରିଜର୍ଭ ପକ୍ଷରୁ ଏହାର ଫଟୋ ଏବଂ ଖବର ଫେସବୁକ୍ରେ ପୋଷ୍ଟ କରାଯାଇଛି। ଏହି ସଂସ୍ଥାର ସାପ ଧରାଳିମାନେ ଏକ ପୁରୁଷ ଅଜଗରର ଦେହରେ ରେଡିଓ ଟ୍ରାନ୍ସମିଟର ଖଞ୍ଜି, ତା’ରି ସାହାଯ୍ୟରେ ମହିଳା ଅଜଗରକୁ ଠାବ କରିଥିଲେ।
ଏହାପରେ ତାକୁ କାବୁ କରିବାକୁ ଏକ ହରିଣକୁ ଢାଲ କରିଥିଲେ। ମହିଳା ଅଜଗରଟି ହରିଣ ଖାଇବାକୁ ଆସିବା ବେଳେ ସେମାନେ ତାକୁ କାବୁ କରି ନେଇଥିଲେ। ଏହି ୧୭ ଫୁଟ ଲମ୍ବର ମହିଳା ଅଜଗରଟି ଏକକାଳୀନ ୧୭ଟି ଅଣ୍ଡା ଦେଇପାରିବ।
from Odisha Reporter http://bit.ly/2VzINiI
No comments:
Post a Comment