
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ଆଜି ବିଧିବଦ୍ଧ ଭାବେ କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି। ତାଙ୍କ ଭଉଣୀ ପ୍ରିୟା ଦତ୍ତ ଉତ୍ତରପଶ୍ଚିମ ମୁମ୍ବାଇରୁ କଂଗ୍ରେସ ଓ ଏନସିପିର ମିଳିତ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ତେଣୁ ଆଜି ସଞ୍ଜୟ ଭଉଣୀ ପ୍ରିୟାଙ୍କ ନାମାଙ୍କନ ଦାଖଲ ପାଇଁ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିସହ ସେ ସର୍ବଦା ପ୍ରିୟାଙ୍କ ସହ ରହିଛନ୍ତି ଓ ରହିବେ ବୋଲି କହିଛନ୍ତି।
ଏହି ଆସନରେ ପ୍ରିୟାଙ୍କ ଲଢ଼େଇ ବିଜେପିର ପୁନମ ମହାଜନଙ୍କ ସହ ହେବ। ୨୦୧୪ରେ ଏହି ଆସନରେ ପୁନମ ତାଙ୍କ ପ୍ରତିପକ୍ଷ ପ୍ରିୟାଙ୍କୁ ବୃହତ ୧.୮୬ ଲକ୍ଷ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ।
ଆଜି ବାନ୍ଦ୍ରା ଜିଲ୍ଲାପାଳଙ୍କ ନିକଟରେ ପ୍ରିୟା ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହାପୂର୍ବରୁ ସେ ସଞ୍ଜୟଙ୍କ ସହ ମିଶି ସିଦ୍ଧି ବିନାୟକ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଏଥିସହ ସେ ଏକ ଚର୍ଚ୍ଚ ଓ ଦର୍ଘାକୁ ଦର୍ଶନ ପାଇଁ ମଧ୍ୟ ଯାଇଥିଲେ।
ଏହି ଅବସରରେ ସଞ୍ଜୟ ଦତ୍ତ କହିଛନ୍ତି, “ମୁଁ ସର୍ବଦା ପ୍ରିୟାଙ୍କ ସହ ରହିଛି। ସେ ଯାହା କହିବେ ମୁଁ ସର୍ବଦା ସେଇଆ କରିବି। ଯଦି ମୋ ଭଉଣୀ ମତେ ନିର୍ବାଚନ ଲଢ଼ିବାକୁ କହିବେ, ତା’ହେଲେ ସେକଥା ମଧ୍ୟ କରିବି। ମୁଁ ସର୍ବଦା ହୃଦୟରୁ ବିଚାର କରିଥାଏ। ଦୀର୍ଘ ୫ ବର୍ଷ ପରେ ମୋ ଭଉଣୀ ନିବର୍ରଚନ ଲଢ଼ୁଛନ୍ତି। ତେଣୁ ସେ ଏବେ ଯାହା କହିବେ ମୁଁ ସେୟା କରିବି।”
from Odisha Reporter http://bit.ly/2D1kByo
No comments:
Post a Comment