ସ୍ୱଦେଶ ଫେରିଗଲେ ୱିଲିୟମସନ୍, ହାଇଦ୍ରାବାଦ ନେତୃତ୍ୱ ନେବେ ଭୁବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ସ୍ୱଦେଶ ଫେରିଗଲେ ୱିଲିୟମସନ୍, ହାଇଦ୍ରାବାଦ ନେତୃତ୍ୱ ନେବେ ଭୁବି

ଚେନ୍ନାଇ: ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲର ୪୧ତମ ମ୍ୟାଚ୍ ଖେଳାଯିବ। କିନ୍ତୁ ଏହା ପୂର୍ବରୁ ସନରାଇଜର୍ସ ଟିମକୁ ବଡ଼ ଝଟକା ଲାଗିଛି।

ଟିମ ଅଧିନାୟକ କେନ୍ ୱିଲିୟମସନ୍ ବ୍ୟକ୍ତିଗତ କାରଣରୁ ଅଚାନକ୍ ସ୍ୱଦେଶ ଫେରିଯାଇଛନ୍ତି, ଯେଉଁ କାରଣରୁ ଆଜି ମ୍ୟାଚରେ ଭୁବନେଶ୍ୱର କୁମାର ହାଇଦ୍ରାବାଦର ନେତୃତ୍ୱ ନେବେ। ତେବେ ଆସନ୍ତା ୨୭ ତାରିଖରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ ବେଳକୁ ୱିଲିୟମସନ୍ ଟିମ୍ ସହ ଯୋଗଦେଇ ପାରନ୍ତି। ୱିଲିୟମସନଙ୍କ ପାଇଁ ଚଳିତ ସିଜନ୍ ସେତେଟା ଭଲ ରହିନାହିଁ।

ସିଜନ୍ ଆରମ୍ଭରୁ ୱିଲିୟମସନ୍ ଆହତ ସମସ୍ୟାରେ ଥିଲେ ଏବଂ ଏହି କାରଣରୁ ସେ ପ୍ରାରମ୍ଭିକ ମ୍ୟାଚ୍ ଖେଳିପାରିନଥିଲେ। କିନ୍ତୁ ଏବେ ଫିଟ୍ ହେଲା ବେଳକୁ ୱିଲିୟମସନ୍ ସ୍ୱଦେଶ ଫେରିଯାଇଛନ୍ତି। ଚଳିତ ସିଜନରେ ହାଇଦ୍ରାବାଦର ପ୍ରଦର୍ଶନ ସେତେଟା ଆଶାନୁରୂପ ରହିନାହିଁ। ଟିମ୍ ଏପର୍ଯ୍ୟନ୍ତ ୯ ମ୍ୟାଚରୁ ୫ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି।



from Odisha Reporter http://bit.ly/2KXOS7G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages