
ଅହମଦାବାଦ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଗତ ସପ୍ତାହରେ ନିଜର ବ୍ୟାଙ୍କ ବାଲାନ୍ସକୁ ନେଇ ତଥ୍ୟ ରଖିଥିଲେ। ଏହାପରେ ଗୁଜରାଟ ବାର ଆସୋସିଏସନର ସଭାପତି ଯତିନ ଓଝା ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ଜଷ୍ଟିସ ଗୋଗୋଇଙ୍କ ପୁଅ ଏବଂ ଜ୍ୱାଇଁଙ୍କ ରୋଜଗାର ଓ ସମ୍ପତ୍ତି ସାର୍ବଜନୀନ କରିବାକୁ ଆଇନଜୀବୀ ଯତିନ ଓଝା ଦାବି କରିଛନ୍ତି। ଜଷ୍ଟିସ ଗୋଗୋଇଙ୍କ ପୁଅ ଏବଂ ଜ୍ୱାଇଁଙ୍କ ରୋଜଗାର ଶହ ଶହ କୋଟି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଶନିବାର ଦିନ ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଦୀର୍ଘ ୨୦ ବର୍ଷ ହେବ ନିସ୍ଵାର୍ଥପର ଭାବରେ ସେ ନ୍ୟାୟପାଳିକାରେ କାମ କରୁଛନ୍ତି। ୬ ଲକ୍ଷ ୮୦ ହଜାର ଟଙ୍କାର ମୋଟ ବ୍ୟାଙ୍କ ବାଲାନ୍ସ ତାଙ୍କ ପାଖରେ ରହିଥିବା ବେଳେ ୪୦ ଲକ୍ଷ ଟଙ୍କା ପ୍ରୋଭିଡେଣ୍ଟ ଫଣ୍ଡରେ ରହିଛି ବୋଲି କହିଥିଲେ।
ଗୁଜରାଟ ବାର ଆସୋସିଏସନର ସଭାପତି ଯତିନ ଓଝା କହିଛନ୍ତି ସାରା ଦେଶର ଆଇନଜୀବୀଙ୍କ ବ୍ୟାଙ୍କ ବାଲାନ୍ସ ଏତେ କେବେ କମ୍ ନଥିବ ଯେତିକି ପ୍ରଧାନ ବିଚାରପତି ଦେଖାଇଛନ୍ତି।
from Odisha Reporter http://bit.ly/2VlC0w3
No comments:
Post a Comment