ୱେଷ୍ଟଇଣ୍ଡିଜ୍‌ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ରସେଲ, ପୋଲାର୍ଡ ଓ ନାରିନ୍‌ଙ୍କୁ ଅଣଦେଖା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ୱେଷ୍ଟଇଣ୍ଡିଜ୍‌ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ରସେଲ, ପୋଲାର୍ଡ ଓ ନାରିନ୍‌ଙ୍କୁ ଅଣଦେଖା

ଲଣ୍ଡନ୍‌: ମେ’ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ୍‌ ବିଶ୍ୱକପ୍‌ ପାଇଁ ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ୧୫ ଜଣିଆ ଖେଳାଳି ତାଲିକା ପ୍ରକାଶ ପାଇଛି। ଇଣ୍ଡିଜ୍‌ର ଏହି ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ବିସ୍ଫୋରକ ଆନ୍ଦ୍ରେ ରସେଲ ଓ କ୍ରିସ୍‌ ଗେଲ୍‌ଙ୍କୁ ସୁଯୋଗ ମିଳିଛି। ଦୀର୍ଘ ୨ ବର୍ଷ ପରେ ରସେଲ ଇଣ୍ଡିଜର ଜାତୀୟ ଦଳକୁ କମ୍‌ବ୍ୟାକ୍‌ କରିଛନ୍ତି।

ସେହିପରି କ୍ରିସ୍‌ ଗେଲ୍‌ ଏହି ବିଶ୍ୱକପ୍‌ ପରେ ଅବସର ନେବେ ବୋଲି ଘୋଷଣା କରିଥିବାରୁ ତାଙ୍କୁ ମଧ୍ୟ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ ଅଭିଜ୍ଞ କାଏରନ୍‌ ପୋଲାର୍ଡ ଓ ସୁନୀଲ ନାରିନ୍‌ଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରଯାଇନାହିଁ। ଉଭୟ ଖେଳାଳି ଏବେ ଆଇପିଏଲ୍‌ ଖେଳୁଛନ୍ତି।

ପୋଲାର୍ଡ ଏବଂ ନାରିନ୍‌ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ତଥାପି ଏମାନଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରା ନଯିବା କ୍ରିକେଟ ପଣ୍ଡିତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱକପ୍‌ରେ ଇଣ୍ଡିଜ୍‌ ଦଳର କମାଣ ଜେସନ୍‌ ହୋଲ୍ଡରଙ୍କ ହାତରେ ରହିଛି।

ଇଣ୍ଡିଜ୍‌ ସ୍କ୍ୱାଡ୍‌: ଜେସନ ହୋଲ୍ଡର, ଆନ୍ଦ୍ରେ ରସେଲ, ଆଶଲେ ନର୍ସ, କାରଲୋସ ବ୍ରାଥୱେଟ୍‌, କ୍ରିସ୍‌ ଗେଲ୍‌, ଡାରେନ୍‌ ବ୍ରାଭୋ, ଇଭିନ୍‌ ଲୁଇସ, ଫାବିଆନ୍‌ ଆଲେନ୍‌, କେମାର ରୋଚ୍‌, ନିକୋଲାସ୍‌ ପୋରାନ(ୱି), ଓଶେନ୍‌ ଟମାସ, ଶାଇ ହୋପ, ଶାନ୍ନନ ଗାବ୍ରିଏଲ, ଶେଲଡନ୍‌ କୋଟ୍ରେଲ ଓ ଶିମରନ୍‌ ହେଟମେୟର।



from Odisha Reporter http://bit.ly/2UTfsmS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages