ପକେଟ୍‌ରେ ବଲ୍‌ ରଖି ଭୁଲିଗଲେ ଅମ୍ପାୟାର, ଆଉ ତା’ ପରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ପକେଟ୍‌ରେ ବଲ୍‌ ରଖି ଭୁଲିଗଲେ ଅମ୍ପାୟାର, ଆଉ ତା’ ପରେ

ବେଙ୍ଗାଲୁରୁ: ଆଇପିଏଲ୍‌ ୨୦୧୯ ଅମ୍ପାୟାରଙ୍କ କାର୍ଯ୍ୟକଳାପକୁ ନେଇ ବେଶ ଚର୍ଚ୍ଚାରେ ରହିଛି। ଗତକାଲି ରାତିରେ ପଞ୍ଜାବ ଓ ବେଙ୍ଗାଲୁରୁ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ମଧ୍ୟ ଅମ୍ପାୟାରଙ୍କ ଏକ ଆଚରଣ ସୋଶାଲ୍‌ ମିଡିଆରେ ରୋଚକ ଆଲୋଚନା ସୃଷ୍ଟି କରିଛି। ମ୍ୟାଚ୍‌ରେ ଫିଲ୍ଡ ଅମ୍ପାୟାର ଥିବା ଶାମସୁଦ୍ଦିନ୍‌ ଓଭର୍‌ ସରିବା ପରେ ବଲ୍‌କୁ ନିଜ ପକେଟ୍‌ରେ ରଖି ଦେଇଥିଲେ। ଏହା ୧୩ ତମ ଓଭର୍‌ରେ ଘଟିଥିଲା।

ଏହାପରେ ଷ୍ଟ୍ରାଟେଜିକ ଟାଇମ ଆଉଟ୍‌ ହୋଇଥିଲା। ଅର୍ଥାତ ୨.୩୦ ମିନିଟ୍‌ ପାଇଁ ବିରତି ଘୋଷଣା ହୋଇଥିଲା। ବିରତି ପରେ୧୪ତମ ଓଭର ବୋଲିଂ କରିବାକୁ ଆସିଥିବା ଖେଳାଳି ଅମ୍ପାୟାର ବଲ୍‌ ମାଗିବାରୁ ସେ ହଡ଼ବଡ଼େଇ ଯାଇଥିଲେ।

ବଲ୍‌ କେଉଁଆଡ଼େ ଗଲା ବୋଲି ଶାମସୁଦ୍ଦିନ ଖୋଜିବାକୁ ଲାଗିଥିଲେ। ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ୍‌ ଓ ଅଙ୍କିତ ରାଜପୁତ ବୋଲିଂ କରିବାକୁ ଆସିଥିଲେ ହେଁ ସେମାନେ ବଲ୍‌କୁ ପାଇ ନଥିଲେ।

ବଲ କେଉଁଠି ଅଛି ବୋଲି ଅଶ୍ୱିନ୍‌ ଅମ୍ପାୟାର ଶାମସୁଦ୍ଦିନଙ୍କୁ ପଚାରିଥିଲେ ହେଁ ସେ ବଲ୍‌ କେଉଁଠି ରଖିଛନ୍ତି, ଜାଣି ପାରି ନଥିଲେ। ଏପରି କି ୪ର୍ଥ ଅମ୍ପାୟାର ନୂଆ ବଲ୍‌ ବକ୍ସ ଧରି ପଡ଼ିଆକୁ ମଧ୍ୟ ଦୌଡ଼ି ଆସିଥିଲେ। ଟେଲିଭିଜନ୍‌ ରିପ୍ଲେରୁ ଜଣାପଡ଼ିଥିଲା ଯେ ବିରତି ପୂର୍ବରୁ ଅମ୍ପାୟାର ଶାମସୁଦ୍ଦିନ ହିଁ ବଲ୍‌ଟିକୁ ନିଜ ପକେଟ୍‌ରେ ରଖିଦେଇଥିଲେ ଓ ସେକଥା ଭୁଲିଯାଇଥିଲେ।



from Odisha Reporter http://bit.ly/2ZyWS23

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages