ଭାରତର ‘ମିଶନ ଶକ୍ତି’କୁ ଆମେରିକାର ସମର୍ଥନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ଭାରତର ‘ମିଶନ ଶକ୍ତି’କୁ ଆମେରିକାର ସମର୍ଥନ

ୱାଶିଂଟନ୍‌: ମହାକାଶରେ ମହାଶକ୍ତିଶାଳୀ ହୋଇଥିବା ଭାରତକୁ ଆଜି ଆମେରିକା ସମର୍ଥନ କରିଛି। ଭାରତ ପକ୍ଷରୁ କିଛି ଦିନ ତଳେ ‘ମିଶନ ଶକ୍ତି’ ଜରିଆରେ ମହାକାଶରେ ସକ୍ରିୟ ଥିବା ସ୍ୟାଟେଲାଇଟ୍‌କୁ ଆଣ୍ଟି ସ୍ୟାଟାଲାଇଟ୍‌ ମିସାଇଲ୍‌ ଏ-ସ୍ୟାଟ୍‌ ଦ୍ୱାରା ଧ୍ୱଂସ କରାଯାଇଥିଲା। ଏ-ସ୍ୟାଟ୍‌ର ଏଭଳି ସଫଳ ପରୀକ୍ଷଣକୁ ଆଜି ଆମେରିକା ସମର୍ଥନ କରିଛି। ଭାରତ ସର୍ବଦା ମହାକାଶରେ ସୃଷ୍ଟି ହେଉଥିବା ବିପଦ ପ୍ରତି ସଜାଗ ରହିଛି ଓ ଏକ ଦାୟିତ୍ୱସମ୍ପନ୍ନ ରାଷ୍ଟ୍ର ଭାବେ ଏ-ସ୍ୟାଟ୍‌ର ପରୀକ୍ଷଣ କରିଛି ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି।

ମେ’ ୨୭ ତାରିଖରେ ଡିଆରଡିଓର ବୈଜ୍ଞାନିକମାନେ ଲୋ-ଅରବିଟ୍‌ରେ ସକ୍ରିୟ ଥିବା ଏକ ସ୍ୟାଟେଲାଇଟ୍‌କୁ ଧ୍ୱଂସ କରିଥିଲେ। ଆମେରିକା, ରୁଷ ଓ ଚାଇନା ପରେ ଭାରତ ୪ର୍ଥ ରାଷ୍ଟ୍ର ଭାବେ ଏ-ସ୍ୟାଟ୍‌ ମିସାଇଲ୍‌ର ଅଧିକାରୀ ହୋଇ ବିଶ୍ୱକୁ ନିଜର ଶକ୍ତି ପ୍ରଦର୍ଶନ କରିଥିଲା।

ଶକ୍ତିଶାଳୀ ସିନେଟ୍‌ ଆର୍ମଡ ଫୋର୍ସ ସର୍ଭିସ କମିଟିକୁ ଆମେରିକାର ଷ୍ଟ୍ରାଜେଜିକ୍‌ କମାଣ୍ଡର ଜେନେରାଲ ଜନ୍‌ ଇ ହେଟନ୍‌ କହିଛନ୍ତି, “ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଆସୁଥିବ ଯେ ଭାରତ କାହିଁକି ଏ-ସ୍ୟାଟର ପରୀକ୍ଷଣ କଲା? ଏହାର ଉତ୍ତର ହେଉଛି ମହାକାଶରୁ ଭାରତ ପାଇଁ ଥିବା ବିପଦକୁ ନୂଆଦିଲ୍ଲୀ ଭଲ ଭାବେ ବୁଝିଥିଲା। ତେଣୁ ନିଜର ସୁରକ୍ଷା ପାଇଁ ଭାରତ ପକ୍ଷରୁ ଏଭଳି ପରୀକ୍ଷଣ କରାଯାଇଛି। ଏବେର ସମୟ ମଧ୍ୟ ଏଭଳି କରିବାକୁ ଆହ୍ୱାନ ଦେଉଛି।  ନିଜକୁ ମହାକାଶରେ ସୁରକ୍ଷିତ ରଖିବା ପାଇଁ ସେମାନେ ଏ-ସ୍ୟାଟ୍‌ର ପରୀକ୍ଷଣ କରିଛନ୍ତି। ତେଣୁ ଏଥିରେ କୌଣସି ଅସୁବିଧା ନାହିଁ। ଏବେ ମହାକାଶରେ ସମସ୍ତ ରାଷ୍ଟ୍ର ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ତେଣୁ ଭାରତ ମଧ୍ୟ ସମଗ୍ର ବିଶ୍ୱକୁ ନିଜର ଶକ୍ତି ପ୍ରଦର୍ଶନ କରିଛି।”

ଏହାପୂର୍ବରୁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ କିନ୍ତୁ ଭାରତର ଏ-ସ୍ୟାଟ୍‌ ପରୀକ୍ଷଣକୁ ନେଇ ପ୍ରଶ୍ନ ଉଠାଇଥିଲା। ନାସା ମୁଖ୍ୟ ଜିମ ବ୍ରିଡେନଷ୍ଟାଇନ୍‌ କହିଥିଲେ, “ଭାରତର ଏଭଳି ସ୍ୟାଟେଲାଇଟ୍‌ ଧ୍ୱଂସ ପରୀକ୍ଷଣ ମହାକାଶ ପାଇଁ ବିପଦ ସୃଷ୍ଟି କରିଛି। ଭାରତର ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌ ମାଡ଼ରେ ନଷ୍ଟ ସକ୍ରିୟ ସ୍ୟାଟେଲାଇଟ୍‌ଟି ବର୍ତ୍ତମାନ ୪୦୦ ଖଣ୍ଡ ହୋଇଯାଇଛି। ଏହି ଧ୍ୱଂସାବଶେଷ ଗୁଡ଼ିକ ମହାକାଶରେ ଘୁରି ବୁଲୁଛନ୍ତି। ଏଥିଯୋଗୁ ଅନ୍ୟ ଦେଶର ସ୍ୟାଟେଲାଇଟ୍‌ଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି। ତେବେ ସବୁ ଧ୍ୱଂସାବଶେଷକୁ ଠାବ କରାଯାଇ ପାରିନାହିଁ।”



from Odisha Reporter http://bit.ly/2IvFbKH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages