
ବାରିପଦା (ମାଣିକ ଲାଲ ପାଣି): ବିଜେପିରେ ମିଶିଲେ ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ। ତାଙ୍କ ସହିତ ରାଜକୁମାରୀ ମୃଣାଳିକା ମଞ୍ଜରୀ ଭଞ୍ଜଦେଓ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଦଳ ପକ୍ଷରୁ ଉଭୟଙ୍କୁ ସ୍ୱାଗତ କରାଯାଇଛି।
ବିଭିନ୍ନ ପ୍ରସଙ୍ଗ ନେଇ ଭୋଟରଙ୍କ ନିକଟରେ ପହଞ୍ଚିବେ ରାଜ ପରିବାରର ଏହି ଦୁଇ ସଦସ୍ୟ।
ପୂର୍ବରୁ ମୟୂରଭଞ୍ଜର ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ।
ରାଜକୁମାରୀ ମୃଣାଳିକା ମଞ୍ଜରୀ ଭଞ୍ଜଦେଓ କହିଛନ୍ତି,“ମୟୂରଭଞ୍ଜ ପ୍ରଜାଙ୍କ ପାଇଁ ଆମେ କାମ କରିବାକୁ ଚାହୁଁଛୁ। ଜିଲ୍ଲାବାସୀଙ୍କ ବିକାଶ ଆମର ପ୍ରମୁଖ କାର୍ଯ୍ୟ ହେବ। ଏଥିପାଇଁ ଆମେ ବିଜେପିରେ ସାମିଲ ହୋଇଛୁ।”
from Odisha Reporter http://bit.ly/2ItWBrh
No comments:
Post a Comment