୫ ବର୍ଷରେ ୫୨% ଗୁଣ ବଢ଼ିଛି ମୋଦିଙ୍କ ସମ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

୫ ବର୍ଷରେ ୫୨% ଗୁଣ ବଢ଼ିଛି ମୋଦିଙ୍କ ସମ୍ପତ୍ତି

ବାରାଣସୀ: ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ଗତ ୫ ବର୍ଷରେ ତାଙ୍କ ଅସ୍ଥାବର ସମ୍ପତ୍ତିରେ ୫୨% ବୃଦ୍ଧି ଘଟିଛି। ତେବେ ମୋଦିଙ୍କ ଅସ୍ଥାବର ସମ୍ପତ୍ତିର ସିଂହ ଭାଗ ଅର୍ଥାତ ୧.୨୭ କୋଟି ଟଙ୍କା ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଫିକ୍ସଡ୍‌ ଡିପୋଜିଟ୍‌ ଭାବେ ରହିଛି।

ଆଜି ବାରାଣସୀରେ ନାମାଙ୍କନ ପତ୍ର ଦାଖଲ ସମୟରେ ମୋଦି ଦେଇଥିବା ସତ୍ୟପାଠରେ ଏଭଳି ତଥ୍ୟ ରହିଛି। ସତ୍ୟପାଠରେ ମୋଦି କହିଛନ୍ତି, ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୨.୫୧ କୋଟି। ତାଙ୍କ ପାଖରେ ୧,୪୧,୩୬,୧୧୯ ଟଙ୍କାର ଅସ୍ଥାବର ଓ ୧.୧୦ କୋଟିର ସ୍ଥାବର ସମ୍ପତ୍ତି ରହିଛି। ୨୦୧୪ରେ ମୋଦିଙ୍କ ପାଖରେ ଯେତିକି ସ୍ଥାବର ସମ୍ପତ୍ତି ଥିଲା ୨୦୧୯ରେ ଏଥିରେ ୧୧୪.୧୫% ବୃଦ୍ଧି ଘଟିଛି। ୨୦୧୪ରେ ମୋଦିଙ୍କ ପାଖରେ ୬୫.୯୧ ଲକ୍ଷର ସ୍ଥାବର ସମ୍ପତ୍ତି ରହିଥିଲା। ମୋଦିଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି ସରକାରୀ ଦରମା ଏବଂ ବ୍ୟାଙ୍କ ଜମାରୁ ମିଳୁଥିବା ସୁଧ।

୨୦୧୯ ନିର୍ବାଚନ ପାଇଁ ମୋଦି ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ। ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ମୋଦିଙ୍କ ପାଖରେ ନଗଦ ୩୮,୭୫୦ ଟଙ୍କା ରହିଥିଲା। ମୋଦିଙ୍କ ବ୍ୟାଙ୍କ ଜମା ରାଶିର ପରିମାଣ ମାତ୍ର ୪,୧୪୩ ଟଙ୍କା। କିନ୍ତୁ ଫିକ୍ସଡ୍‌ ଜମାର ପରିମାଣ ୧.୨୭ କୋଟି। ୨୦୧୪ରେ ମୋଦିଙ୍କ ପାଖରେ ନଗଦ ୩୨,୭୦୦ ଟଙ୍କା, ବ୍ୟାଙ୍କ ଜମାର ପରିମାଣ ୨୬.୦୫ ଲକ୍ଷ ଓ ଫିକ୍ସଡ୍‌ ଜମା ରାଶିର ପରିମାଣ ୩୨.୪୮ ଲକ୍ଷ ରହିଥିଲା।

ମୋଦି ଏବେ ୨୦,୦୦୦ ଏଲ ଆଣ୍ଡ ଟି ଇନଫ୍ରାଷ୍ଟ୍ରକଚରରେ ବଣ୍ଡ ବାବଦକୁ ପୁଞ୍ଜି ନିବେଶ କରିଛନ୍ତି। ନ୍ୟାଶନାଲ ସେଭିଂସ ସାର୍ଟିଫିକେଟ୍‌ ଜରିଆରେ ମୋଦି ୭.୬୧ ଲକ୍ଷ ଓ ଜୀବନ ବୀମା ବାବଦକୁ ୧.୯୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ମୋଦିଙ୍କ ପାଖରେ ୪୫ ଗ୍ରାମ ଓଜନର ୪ଟି ସୁନା ମୁଦି ରହିଛି। ଏହାର ବଜାର ମୂଲ୍ୟ ୧.୩୫ ଲକ୍ଷ।

ମୋଦିଙ୍କ ପାଖରେ ଥିବା ସ୍ଥାବର ସମ୍ପତ୍ତିର ମୂଲ୍ୟ ୧.୧୦ କୋଟି। ୨୦୧୪ ତୁଳନାରେ ଏହା ୧୦ ଲକ୍ଷ ବୃଦ୍ଧି ପାଇଛି। ଗାନ୍ଧିନଗରର ସେକ୍ଟର ୧ରେ ମୋଦିଙ୍କ ନାଁରେ ଏକ ଘର ରହିଛି। ୨୦୧୪ରେ ମୋଦିଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ରହିଥିଲା।

ମୋଦି ୧୯୭୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍‌ ଏବଂ ୧୯୩ରେ ଅହମଦାବାଦର ଗୁଜରାଟ ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏସନ୍‌ କରିଛନ୍ତି।



from Odisha Reporter http://bit.ly/2UDgqPj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages