୭୨ ଜଣ ପ୍ରାର୍ଥୀ ଦାଗୀ, ବାପ-ପୁଅ ସବୁଠୁ ଧନୀ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

୭୨ ଜଣ ପ୍ରାର୍ଥୀ ଦାଗୀ, ବାପ-ପୁଅ ସବୁଠୁ ଧନୀ ପ୍ରାର୍ଥୀ

niranjan

ଭୁବନେଶ୍ବର (ଓଡ଼ିଶା ରିପୋର୍ଟର) : ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ୪୧ ବିଧାନସଭା ଆସନ ପାଇଁ ନିର୍ବାଚନ ରଣାଙ୍ଗନରେ ଥିବା ମୋଟ ୩୩୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୨ଜଣ ଦାଗୀ। ଏହା ବ୍ୟତୀତ ଏହି ପର୍ଯ୍ୟାୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୬୦. ୩୪ କୋଟି ଟଙ୍କାର ସମ୍ପତ୍ତି ସହ ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ୧୦୪ କୋଟି ଟଙ୍କାର ସମ୍ପତ୍ତି ସହ ସବୁଠାରୁ ଧନୀ ସାଂସଦ ପ୍ରାର୍ଥୀ।

ଶେଷ ପର୍ଯ୍ୟାୟ ଭୋଟ୍ ଆସନ୍ତା ୨୯ତାରିଖରେ ରାଜ୍ୟର ୬ଟି ଲୋକସଭା ଓ ୪୧ ବିଧାନସଭା ଆସନରେ ହେବ।

ନିର୍ବାଚନ ଆୟୋଗଙ୍କ ନିକଟରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠକୁ ଆଧାର କରି ଓଡ଼ିଶା ଇଲେକ୍ସନ୍ ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ(ଏଡିଆର) ପ୍ରାର୍ଥୀଙ୍କ ସମ୍ପର୍କରେ ଆଜି ଏକ ବିସ୍ତୃତ ରିପୋର୍ଟ ଜାରି କରିଛି। ସେଥିରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ଶିକ୍ଷାଗତ ଯୋଗ୍ୟତା, ଆର୍ଥିକ ସ୍ଥିତି, ଲିଙ୍ଗ ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁସାରେ ଚତୁର୍ଥ ପର୍ଯ୍ୟାୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନରେ ଭୋଟଗ୍ରହଣ ହେବ। ଏହି ବିଧାନସଭା ଆସନ ପାଇଁ ଦାଖଲ କରିଥିବା ୩୩୪ ପ୍ରାର୍ଥୀଙ୍କ ମଧ୍ୟରୁ ୭୨ଜଣ ପ୍ରାର୍ଥୀ(୨୨%) ନିଜ ସତ୍ୟପାଠରେ ନିଜର ଅପରାଧିକ ମାମଲା ଉଲ୍ଲେଖ କରିଛନ୍ତି। ଏଥିରୁ ୫୨ ଜଣ ପ୍ରାର୍ଥୀଙ୍କ ନାଁରେ ସଙ୍ଗିନ ଅପରାଧିକ ମାମଲା ରହିଛି।

ଏଥିରେ ବିଜେପିର ସର୍ବାଧିକ ୨୪ଜଣ ପ୍ରାର୍ଥୀ ଦାଗୀ ହୋଇଥିବାବେଳେ ଏଥିର ୧୬ଜଣଙ୍କ ନାଁରେ ସଙ୍ଗିନ ମାମଲା ରହିଛି । ସେହିପରି ବିଜେଡିର ୧୫ଜଣ ପ୍ରାର୍ଥୀଙ୍କ ନାଁରେ ମାମଲା ଥିବାବେଳେ ୧୦ଜଣଙ୍କ ନାଁରେ ସଙ୍ଗୀନ ମାମଲା ଓ କଂଗ୍ରେସର ୧୧ଜଣ ପ୍ରାର୍ଥୀଙ୍କ ନାଁ ୧୦ଜଣଙ୍କ ନାଁରେ ସଙ୍ଗିନ ମାମଲା ରହିଛି।

ନିରଞ୍ଜନ ୬୦. ୩୪ କୋଟି ଟଙ୍କାର ସମ୍ପତ୍ତି ସହ ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ ହୋଇ ଥିବାବେଳେ କଂଗ୍ରେସର ଚିରଞ୍ଜିବୀ ବିଶ୍ୱାଳ ୩୩. ୮୯ କୋଟି ଟଙ୍କାର ସମ୍ପତ୍ତି ସହ ଦ୍ୱିତୀୟ ଧନୀ ବିଧାୟକ ପ୍ରାର୍ଥୀ। ସେହିପରି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ୧୭.୨୪ କୋଟି ଟଙ୍କାର ସମ୍ପତ୍ତି ସହ ତୃତୀୟ ଧନୀ ପ୍ରାର୍ଥୀ ପାଲଟିଛନ୍ତି।

ଶେଷ ପର୍ଯ୍ୟାୟ ନିର୍ବାଚନରେ ମୋଟ ୩୩୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୮୧ଜଣ କୋଟିପତି। ଏଥିରେ ୬୫ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧ରୁ ୫ କୋଟି ଟଙ୍କା ମଧ୍ୟରେ ହୋଇଥିବାବେଳେ ୧୬ଜଣଙ୍କ ସମ୍ପତ୍ତି ୫କୋଟି ଟଙ୍କାରୁ ଅଧିକ। ବିଜେଡିର ସର୍ବାଧିକ ୬୯% ପ୍ରାର୍ଥୀ (୨୭ଜଣ) କୋଟିପତି, କଂଗ୍ରେସର ୫୯% (୨୩ଜଣ) ଓ ବିଜେପିର ୫୦% (୨୦ଜଣ) କୋଟିପତି ବିଧାୟକ ପ୍ରାର୍ଥୀ ମଇଦାନରେ ଅଛନ୍ତି।

ସେହିପରି ଲୋକସଭାରେ ପ୍ରାର୍ଥୀ ହୋଇଥିବା ନିରଞ୍ଜନ ପଟ୍ଟନାୟକଙ୍କ ପୁଅ କଂଗ୍ରେସର ନବଜ୍ୟୋତି ସର୍ବାଧିକ ୧୦୪ କୋଟି ଟଙ୍କାର ସମ୍ପତ୍ତିର ମାଲିକ ସହ ଧନୀ ସାଂସଦ ପ୍ରାର୍ଥୀ ହୋଇ ଥିବାବେଳେ ରବୀନ୍ଦ୍ର ଜେନା ୭୨.୬୧ କୋଟି ଟଙ୍କା ଓ ବୈଜୟନ୍ତ ପଣ୍ଡା ୫୭.୪୪ କୋଟି ଟଙ୍କାର ସମ୍ପତ୍ତି ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଧନୀ ସାଂସଦ ପ୍ରାର୍ଥୀ ।



from Odisha Reporter http://bit.ly/2ZBy0H3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages