ଦୁର୍ଘଟଣାରେ ୨ ବାୟୁସେନା ଅଧିକାରୀ ମୃତ, ୨ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଦୁର୍ଘଟଣାରେ ୨ ବାୟୁସେନା ଅଧିକାରୀ ମୃତ, ୨ ଆହତ

ପୁଲ୍‌ୱାମା: ଜମ୍ମୁକଶ୍ମୀରର ପୁଲ୍‌ୱାମାଠାରେ ସଂଘଟିତ ଏକ ସଡ଼କ ଦୁର୍ଘଟଣାରେ ୨ ଜଣ ବାୟୁସେନା ଅଧିକାରୀ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଥିବାର ସୂଚନା ମିଳିଛ। ମୃତକଙ୍କ ମଧ୍ୟରେ ଜଣେ ସ୍କ୍ୱାର୍ଡନ୍‌ ଲିଡର୍ ଥିବା କୁହାଯାଉଛି।

ଆଜି ଭୋର ୩ଟାରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ସେମାନେ ଏକ ସ୍କର୍ପିଓରେ ଯାଉଥିବା ସମୟରେ ଏହା କୌଣସି କାରଣରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଆହତ ହୋଇଥିବା ଜଣେ ଅଧିକାରୀ ପୁଲିସ୍‌କୁ ସୂଚନା ଦେବାପରେ ଯାଇ ଏ ବିଷୟରେ ଜଣାପଡ଼ିଥିଲା। ଆହତମାନେ ବର୍ତ୍ତମାନ ସେନାର ବେସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଦୁର୍ଘଟଣା ଘଟିଥିବା ସ୍ଥାନ ବାୟୁସେନାର ଏକ କ୍ୟାମ୍ପ ନିକଟବର୍ତ୍ତୀ। କିନ୍ତୁ ସେମାନେ ଭୋର ସମୟରେ କେଉଁ ସ୍ଥାନକୁ ଯାଉଥିଲେ ତାହା ଜଣାପଡ଼ିନି। ଏହି ଘଟଣାରେ ପୂର୍ବତନ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୋକପ୍ରକାଶ କରିଛନ୍ତି। ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆସରିଛି।



from Odisha Reporter https://ift.tt/2TWEso2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages