ଦିନକ ପରେ ମତଦାନ, ବୁଥ୍‌ ଅଭିମୁଖେ ପୋଲିଂ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଦିନକ ପରେ ମତଦାନ, ବୁଥ୍‌ ଅଭିମୁଖେ ପୋଲିଂ ଅଧିକାରୀ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ। ଏହି ଲୋକସଭା ଅଧୀନରେ ଗଜପତି ଜିଲ୍ଲାର ଉଭୟ ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା କ୍ଷେତ୍ର ଯାଉଥିବାରୁ ଆଜି ଏଠାରେ ପ୍ରଚାର ସରିଛି। ଦିନକ ପରେ ମତଦାନ ଥିବାରୁ ସମଗ୍ର ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୂର୍ଗମ ଅଞ୍ଚଳକୁ ପୋଲିଂ ଅଧିକାରୀଙ୍କୁ ପଠାଇ ଦିଆଯାଇଛି।

ମୋହନା ନିର୍ବାଚନମଣ୍ଡଳୀର ୨୯୭ଟି ବୁଥ୍‌ରେ ୨୧୬୬୪୪ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଏଥିରେ ୧୦୫୮୦୬ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧୧୦୮୩୮ ମହିଳା ଭୋଟର ଅଛନ୍ତି। ସେହିଭଳି ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ୨୭୬ଟି ବୁଥ୍‌ରେ ୨୧୦୩୩୦ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧୦୩୫୩୯ ଜଣ ପୁରୁଷ, ୧୦୬୭୯୦ ଜଣ ମହିଳା ଓ ଜଣେ ଅନ୍ୟ ଭୋଟର ରହିଛନ୍ତି। ଭୋଟ୍‌ ପାଇଁ ଉଭୟ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବୁଥ୍‌କୁ ୫ ଜଣ ଲେଖାଏଁ ପୋଲିଂ ଅଫିସର ଓ ୨ ଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ପୋଲିଂ କର୍ମଚାରୀମାନେ ଇଭିଏମ୍‌, ଭିଭିପାଟ୍‌ ଓ ଅନ୍ୟାନ୍ୟ ସରଞ୍ଜାମ ଧରି ନିଜ ନିଜ ବୁଥ୍‌କୁ ବାହାରିଗଲେଣି।

ଗଜପତି ଜିଲ୍ଲାରେ ଅନେକ ବୁଥ୍‌ ଦୁର୍ଗମ ଅଞ୍ଚଳରେ ରହିଛି। ଗୁରୁବାର ଭୋଟ ଗ୍ରହଣ ଥିବାରୁ ବୁଧବାର ସନ୍ଧ୍ୟା ସୁଦ୍ଧା ସବୁ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚିବାକୁ ବ୍ୟବସ୍ଥା କରାଯାଉଛି।

ଚଳିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପୁଲିସ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଏଥିରେ ୧୪ ଜଣ ଡିଏସ୍‌ପି, 12 ଇନ୍ସପେକ୍ଟର, 112 ଜଣ ସବଇନ୍ସପେକ୍ଟର, 57 ହାବିଲଦାର ଓ 468 ଜଣ କନଷ୍ଟେବଳ, 440 ଜଣ ହମଗାର୍ଡ, 277 ଜଣ ଗ୍ରାମରଖିଙ୍କୁ ନିୟୋଜିତ କରାଯାଇଛି। ଏଥିସହିତ 13 ପ୍ଲାଟୁନ ପୁଲିସ ଫୋର୍ସ ଓ 2 ଯୁନିଟ୍‌ ସିଆର୍‌ପିଏଫ ଯବାନ ନିୟୋଜିତ ଅଛିନ୍ତି।



from Odisha Reporter http://bit.ly/2I83wa1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages