ପ୍ରଧାନ ବିଚାରପତିଙ୍କ ବିରୋଧରେ ଅସଦାଚରଣ ମାମଲାର ତଦନ୍ତ କମିଟିରୁ ଓହରିଲେ ଜଷ୍ଟିସ୍ ଏନ୍.ଭି ରମନ୍ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ପ୍ରଧାନ ବିଚାରପତିଙ୍କ ବିରୋଧରେ ଅସଦାଚରଣ ମାମଲାର ତଦନ୍ତ କମିଟିରୁ ଓହରିଲେ ଜଷ୍ଟିସ୍ ଏନ୍.ଭି ରମନ୍ନା

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଅସଦାଚରଣ ମାମଲାର ତଦନ୍ତ ପାଇଁ ଗଠିତ କମିଟିରୁ ଜଷ୍ଟିସ୍ ଏନ୍.ଭି ରମନ୍ନା ଓହରି ଯାଇଛନ୍ତି। ଅସଦାଚରଣ ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ଗତକାଲି କହିଥିଲେ ଯେ ଜଷ୍ଟିସ୍ ଏନ୍.ଭି ରମନ୍ନା ପ୍ରଧାନ ବିଚାରପତିଙ୍କ ଘନିଷ୍ଠ ବନ୍ଧୁ। ତେଣୁ ତାଙ୍କୁ କମିଟିରୁ ବାଦ ଦିଆଯାଇ ମହିଳା ଅଧିକ ବିଚାରପତିଙ୍କୁ ରଖିବା ପାଇଁ ନିବେଦନ କରିଥିଲେ।  ଆଜି ସଂଧ୍ୟାରେ ନୂଆ କମିଟି ଗଠନ କରାଯିବ। ଯେଉଁଥିରେ ଜଷ୍ଟିସ ଏନ୍.ଭି ରମନ୍ନାଙ୍କ ସ୍ଥାନରେ କିଏ ରହିବେ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି।
 
ମଙ୍ଗଳବାର ଦିନ ମୁଖ୍ୟ ବିଚାରପତିଙ୍କୁ ବାଦ୍ ଦିଆଯାଇ ଅନ୍ୟ ବିଚାରପତିଙ୍କୁ ନେଇ ଏହି କମିଟି ଗଠନ ହୋଇଥିଲା। ବରିଷ୍ଠତା ଆଧାରରେ ଜଷ୍ଟିସ ଗୋଗୋଇଙ୍କ ପରେ ଥିବା ଜଷ୍ଟିସ ଏସ.ଏ. ବୋବଡେଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଥିଲା। ଏହାପରେ ଜଷ୍ଟିସ ବୋବଡେ ବରିଷ୍ଠତା ଆଧାରରେ ଜଷ୍ଟିସ ଏନ୍.ଭି ରମନ୍ନା ଏବଂ ମହିଳା ସଦସ୍ୟ ଜଷ୍ଟିସ୍ ଇନ୍ଦିରା ବାନାର୍ଜିଙ୍କୁ ତଦନ୍ତ କମିଟିରେ ସାମିଲ କରିଥିଲେ। ସୁପ୍ରିମକୋର୍ଟ ବାର ଆସୋସିଏସନର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କୋର୍ଟରେ ପକ୍ଷ ରଖି ଜଷ୍ଟିସ ଏନ୍.ଭି ରମନ୍ନା ତଦନ୍ତ କମିଟିରୁ ଓହରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।
 
ସୁପ୍ରିମକୋର୍ଟର ଜଣ ପୂର୍ବତନ ମହିଳା କର୍ମଚାରୀ ଗତ ସପ୍ତାହର ଶନିବାର ଦିନ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏଥିପାଇଁ ସେ ୨୨ ଜଣ ବିଚାରପତିଙ୍କୁ ସତ୍ୟପାଠ ଜରିଆରେ ନିଜର ଅଭିଯୋଗ ଜଣାଇଥିଲେ।
 
ତେବେ ଶନିବାର ଦିନ ଆସିଥିବା ଏପରି ଅଭିଯୋଗକୁ ବୃହତ ସ୍ୱାର୍ଥ ଦୃଷ୍ଟିରୁ ସେହିଦିନ ହିଁ ଶୁଣାଣି କରାଯାଇଥିଲା। ନିଜେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ। ତାଙ୍କୁ ମାନସିକ ଚାପ ପକାଇ ଇସ୍ତଫା ଦେବାକୁ ବାଧ୍ୟ କରିବା ପାଇଁ ଏପରି ଅଭିଯୋଗ ଅଣାଯାଇଛି ବୋଲି ପ୍ରଧାନ ବିଚାରପତି  କହିଥିଲେ।
 
ସମାନ୍ତରାଳ ଭାବରେ ସୁପ୍ରିମକୋର୍ଟର ଆଇନଜୀବୀ ଉତ୍ସବ ବେନ୍ସ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏକ ଷଡ଼ଯନ୍ତ୍ର ବୋଲି ଦାବି କରିବା ପରେ ସେହି ମାମଲାର ଶୁଣାଣି ଜଷ୍ଟିସ ଅରୁଣ ମିଶ୍ରାଙ୍କ ଖଣ୍ଡପୀଠରେ ଚାଲିଛି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି  ଜଷ୍ଟିସ୍ ଏ.କେ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଷଡ଼ଯନ୍ତ୍ର ମାମଲାର ଶୁଣାଣି ହେବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।


from Odisha Reporter http://bit.ly/2UH7mZr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages