
ଜୟପୁର (ଟି.ଗୌରୀଶଙ୍କର): ଗତକାଲି ରାତିରେ କୋରାପୁଟ୍ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଚେରେକା ପଞ୍ଚାୟତର ବୋରେଇଗୁଡା ଓ ଭକ୍ତରାମଗୁଡା ଗାଁ ଭିତରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ ଗୋଟିଏ ପରିବାରର ଚାରି ଜଣ ଗୁରୁତର ଆହତ ହୋଇଥିଲେ। ଏ ସମ୍ପର୍କରେ ପୁଲିସ ଖବର ପାଇ ଗାଁରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି କୁନ୍ଦୁରା ମେଡିକାଲରେ ଭର୍ତ୍ତି କରିଥିଲା। ତେବେ ସେମାନଙ୍କ ମଧ୍ୟରୁ ଗୁପ୍ତ ପୂଜାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।
କେଉଁକାରଣରୁ ଗୋଷ୍ଠୀ ସଂଘର୍ଷର ଘଟିଛି, ତାହା ଜଣାପଡ଼ିନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ବର୍ତ୍ତମାନ ସୁଦ୍ଧା ପୁଲିସ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି। ଅନ୍ୟ ୫ ଜଣଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ଜୟପୁର ଏସ୍ଡିପିଓ ସାଗରିକା ନାଥ କହିଛନ୍ତି।
from Odisha Reporter http://bit.ly/2ZvM6JW
No comments:
Post a Comment