ସିଦ୍ଧୁଙ୍କୁ ଇସି ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ସିଦ୍ଧୁଙ୍କୁ ଇସି ନୋଟିସ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ନିର୍ବାଚନ କମିଶନ। ତାଙ୍କର ଏକ ମନ୍ତବ୍ୟକୁ ନେଇ ନୋଟିସ୍‌ ପଠାଯାଇଛି ଯେଉଁଥିରେ ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହରାଇବା ପାଇଁ ମୁସଲିମ୍‌ମାନେ ତାଙ୍କ ବିରୋଧରେ ଭୋଟ୍‌ ଦିଅନ୍ତୁ। ନିର୍ବାଚନ କମିଶନ୍‌ କହିଛନ୍ତି ସିଦ୍ଧୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଏତଦ୍‌ବ୍ୟତୀତ ଧାର୍ମିକ ଅବତାରଣା କରି ରାଜନୀତି ନକରିବାକୁ ସୁପ୍ରିମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ସେ ଅବମାନନା କରିଛନ୍ତି।

ସିଦ୍ଧୁଙ୍କୁ ୨୪ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଛି। ବିହାରର କଟିହାର ଜିଲ୍ଲାରେ ସେ ଏଭଳି ମନ୍ତବ୍ୟ ଦେଇଥିବା କାରଣରୁ ତାଙ୍କ ନାମରେ ଏଫ୍‌ଆଇଆର ଦାୟର କରାଯାଇଛି। ବିହାରର ଏହି ଅଞ୍ଚଳରେ ମୁସଲିମ୍‌ଙ୍କ ସଂଖ୍ୟା ଅଧିକ, ତେଣୁ ଏହାର ଫାଇଦା ନେଇ ସିଦ୍ଧୁ କହିଥିଲେ ମୁସଲିମ୍‌ମାନେ ଏକାଠି ହୋଇ ମୋଦିଙ୍କୁ ହରାଇଦିଅନ୍ତୁ।



from Odisha Reporter http://bit.ly/2VWSEiD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages