୧୬୩ ରନ୍‌ରେ ଅଟକିଲା ପଞ୍ଜାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

୧୬୩ ରନ୍‌ରେ ଅଟକିଲା ପଞ୍ଜାବ

ମୋହାଲି: ଗେଲ୍‌ଙ୍କ ବସ୍ଫୋରକ ୬୯ ରନ୍‌ ସତ୍ତ୍ୱ ନିୟମିତ ୱିକେଟ୍‌ ହରାଇବା ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କିଙ୍ଗସ ଏକାଦଶ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୧୬୩ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ଥିବା ଦିଲ୍ଲୀକୁ ଏହି ମ୍ୟାଚ୍‌କୁ ଜିତିବା ପାଇଁ  ୧୬୪ ରନ୍‌ର ଟାର୍ଗେଟ ମିଳିଛି। ଗେଲ୍‌ଙ୍କ ବ୍ୟତୀତ ମନଦୀପ ସିଂହ ୩୦ ରନ୍‌ର ଇନିଂସ୍‌ ଖେଳିଛନ୍ତି।

ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ତେବେ ଦଳୀୟ ସ୍କୋର ୧୩ ଥିବା ବେଳେ ବ୍ୟକ୍ତିଗତ ଭାବେ ୧୨ ରନ୍‌ କରିଥିବା କେଏଲ୍‌ ରାହୁଲଙ୍କୁ କ୍ୟାପିଟାଲ୍ସର ସନ୍ଦୀପ ଲାମିଚାନେ ଆଉଟ୍‌ କରି ପଞ୍ଜାବକୁ ପ୍ରଥମ ଝଟ୍‌କା ଦେଇଥିଲେ।

ଏହାପରେ ମୟଙ୍କ ଅଗ୍ରୱାଲ ୨ ଓ ଡାଭିଡ୍‌ ମିଲର ମାତ୍ର ୭ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ମୟଙ୍କଙ୍କୁ କାଗିସୋ ରବାଡ଼ା ଆଉଟ୍ କରିଥିବା ବେଳେ ମିଲରଙ୍କ ୱିକେଟ୍‌ ଅକ୍ସର ପଟେଲଙ୍କ ଖାତାକୁ ଯାଇଥିଲା। ୬୧ ରନ୍‌ରେ ୩ ୱିକେଟ୍‌ ହରାଇଥିବା ପଞ୍ଜାବର ସବୁ ଆଶା ଗେଲ୍‌ ଓ ମନଦୀପ ସିଂହଙ୍କ ଉପରେ ରହିଥିଲା। ଉଭୟ ଦଳକୁ ନିରାଶ ମଧ୍ୟ କରି ନଥିଲେ। ଗେଲ ନିଜର ବିସ୍ଫୋରକ ଢଙ୍ଗରେ ଅର୍ଦ୍ଧଶତକ ହାସଲ କରି ଦଳୀୟ ସ୍କୋରକୁ ୧୦୦ ପାର କରିଥିଲେ। ଦଳୀୟ ସ୍କୋର ୧୦୬ ଥିବା ବେଳେ ଗେଲ୍‌ ୬୯ ରନ୍‌ କରି ଲାମିଚାନେଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ।

ସାମ କରନ୍‌ ଖାତା ଖୋଲିବା ପୂର୍ବରୁ ଲାମିଚାନେଙ୍କ ତୃତୀୟ ଶିକାର ହୋଇଥିଲେ। ବଡ଼ ଶଟ୍‌ ଖେଳିବା ଲୋଭରେ ମନଦୀପ(୩୦) ମଧ୍ୟ ଅକ୍ସର ପଟେଲଙ୍କ ବଲ୍‌ରେ ଷ୍ଟମ୍ପିଂ ହୋଇ ପ୍ୟାଭିଲିୟନ ଫେରି ଯାଇଥିଲେ।

ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ(୧୪)ଙ୍କୁ ରବାଡ଼ା ଶେଷ ଓଭର୍‌ରେ ଆଉଟ୍‌ କରି ରନ୍‌ ସଂଗ୍ରହ ହାରରେ ବ୍ରେକ୍‌ ଲାଗିଥିଲେ। ତେବେ ଡେବ୍ୟୁଟାଣ୍ଟ ହରପ୍ରୀତ ବ୍ରାର ଶେଷ ଭାଗରେ କିଛି ଦର୍ଶନୀୟ ଶଟ୍‌ ଖେଳି ଥିଲେ। ସେ ରବାଡାଙ୍କ ଶେଷ ବଲ୍‌ରେ ଛକା ମାରି ଦଳୀୟ ସ୍କୋରକୁ ୧୬୩ରେ ପହଞ୍ଚାଇଥିଲେ। ଶେଷ ପର୍ଯ୍ୟନ୍ତ ହରପ୍ରୀତ ୧୨ ବଲ୍‌ରେ ୨୦ ରନ୍‌ କରି ଅପରାଜିତ ରହିଥିଲେ।

ଦିଲ୍ଲୀ ପକ୍ଷରୁ ଲାମିଚାନେ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ରବାଡ଼ା ଓ ଅକ୍ସର ପଟେଲ ୨ଟି ଲେଖାଏ ୱିକେଟ ନେଇଛନ୍ତି।



from Odisha Reporter http://bit.ly/2IJyHIk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages